ଖୋର୍ଦ୍ଧାରେ କୁକୁଡା ମଡକ, ବାର୍ଡ ଫ୍ଲୁ ନୁହେଁ ତ!

ଖୋର୍ଦ୍ଧା,୭ ।୧: କରୋନା ପରେ ଏବେ ଦେଶରେ ବାର୍ଡ ଫ୍ଲୁ’କୁ ନେଇ ଚିନ୍ତା ଘାରିଛି । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ଏକ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି । ଗୋଟିଏ ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମରି ପଡିଛନ୍ତି । ଗତ ୩ ଦିନ ହେଲାଣି ଫାର୍ମରେ କୁକୁଡା ମଡକ ପଡିଛିି । ଗତକାଲି ୬ ଶହରୁ ୭ ଶହ କୁକୁଡା ମରିଥିବା ସୂଚନା ମିଳିଛି । ଆଜିକୁ ମିଶାଇ ୩ ଦିନ ବିତିଯାଇଥିଲେ ବି, କୁକୁଡା ମଡକର କାରଣ ଅସ୍ପଷ୍ଟ ରହିଛି । ତେବେ କୁକୁଡା ମଡକର କାରଣ ବାର୍ଡ ଫ୍ଲୁ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

ତେବେ ଓଡ଼ିଶାରେ ବାର୍ଡ ଫ୍ଲୁ’ ଭୂତାଣୁ ନଥିବା କହିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଥିବା ବେଳେ ଜିଲ୍ଲା ସ୍ତରରେ ରାପିଡ ଆକ୍ସନ ଟିମ୍ ଗଠନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.