ମୋମୋ ଡ୍ରିଙ୍କସ, ବୋତଲ ଖୋଲିଲେ ଗନ୍ଧ

ମିଠା ମୃଦୁପାନୀୟ ଅଧିକାଂଶଙ୍କ ପସନ୍ଦ । ଆଜିକାଲି ବଜାରରେ ଖଟା, ମିଠା, ରାଗମସଲା ସ୍ୱାଦର ପାନୀୟ ମଧ୍ୟ ମିଳୁଛି । ଗ୍ରାହକଙ୍କ ଚାହିଦାକୁ ଦେଖି କମ୍ପାନୀମାନେ ଭିନ୍ନଭିନ୍ନ ସ୍ୱାଦର ମୃଦୁପାନୀୟ ତିଆରି କରୁଛନ୍ତି ଜାପାନର ଏକ ଜଣାଶୁଣା କମ୍ପାନୀ ।

ଏବେ ‘ମୋମୋ’ସ୍ୱାଦର ମୃଦୁପାନୀୟ ବଜାରରେ ବିକ୍ରି ଆରମ୍ଭ କରିଛି । ଏବେ ସୁଦ୍ଧା ଯେତେଜଣ ଗ୍ରାହକ ଏହି ପାନୀୟ ପିଇଛନ୍ତି, ସମସ୍ତେ କହୁଛନ୍ତି ଏହା ବିଶ୍ୱର ସବୁଠୁ ଖରାପ ସ୍ୱାଦର ମୃଦୁପାନୀୟ । ବୋତଲର ଠିପି ଖୋଲିବା ମାତ୍ରେ ପାନୀୟର ଦୁର୍ଗନ୍ଧ ବ୍ୟାପିଯାଉଛି । ସେଥିପାଇଁ ଅଧିକାଂଶ ଗ୍ରାହକ ଦୋକାନ ବାହାରକୁ ଆସି ମୃଦୁପାନୀୟ ପିଉଥିବା ଦେଖାଯାଇଛି । ଚିଲି ଅଏଲ, ସୋୟା ସସ୍, ରସୁଣ, ଅଦା, ଭିନେଗାର ମିଶା ଏହି ମୃଦୁପାନୀୟର ସ୍ୱାଦ ମିଠା । ଏହାର ଦାମ୍ ୧୦୦ ମିଲିକୁ ୭୦ ଟଙ୍କା ଧାର୍ଯ୍ୟ ହୋଇଛି । ସ୍ୱାଦ ଭଲ ହୋଇନଥିବାରୁ ଗ୍ରାହକ ପିଇବାକୁ ପସନ୍ଦ କରୁନାହାନ୍ତି ।

Comments are closed.