+୨ ଇନଷ୍ଟାଣ୍ଟ ପରୀକ୍ଷା ଆଜିଠୁ, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍‌ଷ୍ଟାଣ୍ଟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଚଳିତବର୍ଷ ଯେଉଁ ଛାତ୍ରୀଛାତ୍ର ଏସବୁ ପରୀକ୍ଷାରେ ପାସ୍‌ ମାର୍କ ରଖିଥିଲେ ମଧ୍ୟ କେବଳ ଗୋଟିଏ ବିଷୟରେ ଫେଲ ହୋଇଥିଲେ, ସେମାନେ ହିଁ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ। ପ୍ରଥମ ଦିନ ଅର୍ଥାତ୍‌ ୧୩ ତାରିଖରେ ସମସ୍ତ ଥିଓରି ବିଷୟର ପରୀକ୍ଷା ହେବ ଓ ୧୪ରେ କେବଳ ପ୍ରାକ୍ଟିକାଲ କରାଯିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ବାୟୋଲୋଜି ପାଇଁ ଅତିରିକ୍ତ ୨୦ ମିନିଟ୍‌ ଦିଆଯିବ। ଏହି ପରୀକ୍ଷା ପାଇଁ ଗତ ଅଗଷ୍ଟ ୨୨ ରୁ ୨୪ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ହୋଇଥିଲା। ଚଳିତବର୍ଷ ଏହି ପରୀକ୍ଷା ପାଇଁ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୧,୬୦୦ ମଧ୍ୟରେ ରହିଛି। ସେପ୍ଟେମ୍ବର ୨୫ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.