ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦକ୍ଷିଣ ଆଫ୍ରିକାର ମହାମହିମ ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣ ଅନୁସାରେ, ଏହି ଗସ୍ତରେ ବାହାରଛନ୍ତି ପ୍ରଧାନମନ୍ତ୍ରୀ । ଅଗଷ୍ଟ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହି ଆସନ୍ତା ୨୫ ତାରିଖରେ ଗ୍ରୀସ ଅଭିମୁଖେ ସେ ଯାତ୍ରା କରିବେ । ତେବେ ଦେଶର ଚନ୍ଦ୍ରଯାନ-ସଫଳର ଶିଖରରେ ଥିବା ବେଳେ ଏହର ଅବତରଣ ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଶରେ ଉପସ୍ଥିତ ରହିବେ ନାହିଁ ।

ବିଭିନ୍ନ କ୍ଷେତ୍ରରେ ଏକ ମଜବୁତ ସଯୋଗ ଏଜେଣ୍ଡା ହାସଲ କରୁଛି ବ୍ରିକ୍ସ ସମ୍ମିଳନୀ । ବ୍ରିକ୍ସ ସମ୍ମିଳନୀ ବୈଶ୍ୱିକ ସ୍ତରରେ ଦକ୍ଷିଣ ଆଫ୍ରିକାର ବିକାଶ ଦିଗରେ ଉଦ୍ଦିଷ୍ଟ ବିଭିନ୍ନ ଆଲୋଚନା ଏବଂ ବିଚାର-ବିମର୍ଶ କରିବା ପାଇଁଏକ ପ୍ଲାଟଫର୍ମ ପାଲଟିଛି । ଏହି ସମ୍ମିଳନୀ ବ୍ରିକ୍ସ ସହଯୋଗର ଭବିଷ୍ୟତକୁ ଚିହ୍ନଟ କରିବା ଏବଂ ସଂସ୍ଥାଗତ ବିକାଶର ସମୀକ୍ଷା କରିବାର ଏକ ଉପଯୋଗୀ ଅବସର ପ୍ରଦାନ କରିଛି ।

ତେବେ ଏ ନେଇ ପିଏମ ମୋଦୀ କହିଛନ୍ତି ଯେ, ଜୋହାନ୍ସବର୍ଗରେ ବ୍ରିକ୍ସ-ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ ଡାଇଲଗ୍ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପାଇଁ ମୋଦୀ ଉତ୍ସାହିତ ଥିବା ସେ ପ୍ରକାଶ କରିଛନ୍ତି । ତେବେ ଜୋହାନ୍ସବର୍ଗରେ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ପରିପ୍ରେକ୍ଷୀରେ ଗତ ୪୦ ବର୍ଷ ମଧ୍ୟରେ ଗ୍ରୀସ ଗସ୍ତରେ ଯାଉଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି ମୋଦୀ ।

Comments are closed.