ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପିଆରଏମ ଏମସିଏଚ୍ ପିରଦର୍ଶନ ଓ କୋଭିଡ୍ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱୀତ ପାଇଁ ଆନୁସଙ୍ଗିକ ଭିତ୍ତିଭୂମୀ ସରଞ୍ଜାମ ଉପକଣର ଅନୁଧ୍ୟାନ

0

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲାପଳ ବିନୀତ ବରଦ୍ୱାଜ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରି ସଂପ୍ରତି କୋଭିଡ ଚିକିତ୍ସା ସେବା ତ୍ୱରାନ୍ୱୀତ ପାଇଁ ସମସ୍ତ ଆନୁସଙ୍ଗିକ ଭିତିଭୂମୀ ସରଞ୍ଜାମ ଓ ଉପକରଣ ଅନୁଧ୍ୟାନ କରିଛନ୍ତି । ସଂପ୍ରତି କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଡାକ୍ତରଖାନାର କୋଭିଡ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ୮୦ଶର୍ଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ସହିତ, ଡାକ୍ତରଖାନାରେ ପ୍ରସ୍ତୁତ ଥିବା ୩୦ ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ ଏବଂ ନବନିର୍ମିତ ବିଲ୍ଡିଂରେ ୧୮୦ ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ୱାର୍ଡ ପ୍ରସ୍ତୁତ ରହିଥିବା ଏବଂ ଏଥିପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ତଥା କର୍ମଚାରୀ ନିୟୋଜିତ କରାଯିବା ଉପରେ ଗୁରୁତ୍ୱଦେଇ ପରାମର୍ସ ଦେଇଥିଲେ । ପରିଦର୍ଶନରେ ଜିଲ୍ଲାପାଳ ସ୍ଥିତି ନିରିକ୍ଷଣ କରିଥିଲେ । ପ୍ରତି ବେଡ୍ ନିକଟକୁ ପାଇପ୍ ଲାଇନରେ ଅକ୍ସିଜେନ୍ ଯୋଗାଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଚିକିତ୍ସା ସୁବିଧା ଦିଗରେ ସବିଶେଷ ଅନୁଧ୍ୟାନ କରିଥିଲେ । ଏଥିସହିତ ହସପିଟାଲ ପରିସରରେ କାର୍ଯ୍ୟକ୍ଷମ ଥିବା ଏମଜିପିଏସ ଅକ୍ସିଜେନ୍ ପ୍ଲାଣ୍ଟରୁ ଜରୁରୀକାଳୀନ ଭିତିରେ ଅକ୍ସିଜେନ୍ ଯୋଗାଣ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବା କ୍ଷେତ୍ରରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ସମସ୍ତେ କୋଭିଡ ଟୀକା ନେବା ସହିତ କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ଜିଲ୍ଲାର ସମସ୍ତ ସରକାରୀ ଉପଖଣ୍ଡ ଓ ବ୍ଲକ ସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକୁ କାର୍ଯ୍ୟକ୍ଷମ କରାଯାଇ ଉପଯୁକ୍ତ କୋଭିଡ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପ୍ରସାଶନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି । ଏଥିସହିତ ଜିଲ୍ଲାପାଳ ମାତୃ ଓ ଶିଶୁ ଚିକିତ୍ସାଳୟର ଶିିଶୁ ଓ ପ୍ରସୂତି ବିଭାଗ ୱାର୍ଡ ପରିଦର୍ଶନ କରି ଚିକିତ୍ସା ସେବା ଓ ସୁବିଧା ସମ୍ପର୍କରେ ଅନ୍ତେବାସୀ ମାନଙ୍କୁ ପଚାରି ବୁଝିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଖୁବଶୀଘ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏକ ପୂଣ୍ଣାବୟବ ପ୍ରତିମୂର୍ତୀ ସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କର ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରକାଶ ଚନ୍ଦ୍ର ବେହେରା, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ରୂପଭାନୁ ମିଶ୍ର, ମେଡିକାଲ କଲେଜର ଆନେସଥେସିଆ ବିଭାଗ ପ୍ରଫେସର ଡାଃ ପ୍ରମୋଦ ପଲେଇ, ଜିଲ୍ଲା କୋଭିଡ ନୋଡାଲ ଅଫିସର ଡାଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ସିଏମଓଏମଏସ ତଥା ସୁପରିନ୍‌ଟେନଣ୍ଡେଟ୍ ଡାଃ ନୀହାର ରଞ୍ଜନ ଦାସ, ପିଏଚଓ ଡାଃ ଚାରୁବାଲା ରଥ, ଏଡିପିଏଚଓ ଏଫ୍‌ଡବ୍ଲ୍ୟୁ ଡାଃ ସୁନନ୍ଦା ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାଃ ନୁରୁଲ ହାସନ ଖାଁ, ଡିପିଏମ ଏନଏଚଏମ ପିପି ପତି, ହସପିଟାଲ ମ୍ୟାନେଜର ଡାଃ ସମୀର ରଂଜନ ମହାପାତ୍ର ଓ ଡାଃ ବିନୋଦିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.