ଜିଲ୍ଲାପାଳଙ୍କ ଦ୍ୱାରା ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ଏବଂ ଭିନ୍ନକ୍ଷମ ପିତାମାତାଙ୍କ ସନ୍ତାନଙ୍କୁ ବୃତ୍ତି ପ୍ରଦାନ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ନୂତନ ବର୍ଷର ପ୍ରାରମ୍ଭରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟ କକ୍ଷରେ ତାପସ ରାଉତ ଏବଂ କବିତା ସିଂଙ୍କୁ (ଭିନ୍ନକ୍ଷମ ଦମ୍ପତ୍ତି)ଙ୍କୁ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨ଲକ୍ଷ ୫୦ହଜାରଟଙ୍କା ପ୍ରୋତ୍ସୋହନ ରାଶି ପ୍ରଦାନ କରିଛନ୍ତି । ଏଥିସହିତ ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ହେବା ନେଇ ଜିଲ୍ଲାପାଳ ଇଶ୍ୱରଙ୍କ ନିକଟରେ କାମନା କରିଥିଲେ । ପୁନଶ୍ଚ ଭିନ୍ନକ୍ଷମ ପିତାମାତାଙ୍କ ସନ୍ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରୋତ୍ସୋହନ ରାଶି(ଛାତ୍ର ବୁଲି) ପରିମାଣ ୫୦ହଜାର ଟଙ୍କା, ନିରଞ୍ଜନ ବାରିକ୍(ଭିନ୍ନକ୍ଷମ)ଙ୍କ ସୁପୁତ୍ର ନନ୍ଦ କିଶୋର ବାରିକ୍‌(+୨ ପ୍ରଥମ ବର୍ଷ)ର ଛାତ୍ରଙ୍କୁ ପ୍ରଦାନ କରିବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.