ପଗଡି ନେଲା ଜୀବନ
କିଏ ବା ଜାଣିଥିଲା ସାମାନ୍ୟ ପଗଡିଟିଏ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଯିବ ବୋଲି । ଜୁଆର ସ୍ରୋତରୁ ପଗଡି ଆଣିବା ବଦଳରେ ଜୀବନ ଦେବାକୁ ପଡିଥିଲା ଆବୁୃଆଙ୍କୁ । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାଧାନାଥପୁର ସମୁଦ୍ର ମୁହାଣ ନିକଟରେ । ଆବୁଆ ମଳିକ ଓ ଉପେନ୍ଦ୍ର ମଳିକ ନାମକ ଦୁଇ ଜଣ ମତ୍ସଜୀବୀ ମାଛ ଧରିବା ପାଇଁ ନଦୀ ମୁହାଣକୁ ଯାଇଥିଲେ । ଯେଉଁଠାରେ ଆବୁଆଙ୍କ ପଗଡିଟି ଜୁଆର ସ୍ରୋତରେ ଭାସି ଯାଇଥିଲା । ପଗଡି ଆଣିବାକୁ ଯାଇ ଆଉ ଫେରି ନ ଥିଲେ ସେ । ନଦୀର ପ୍ରଖୋର ସ୍ରୋତରେ ଭାସି ଯାଇ ତାଙ୍କୁ ଜୀବନ ହରାଇବା ପାଇଁ ପଡିଥିଲା । ଉପେନ୍ଦ୍ର ମଧ୍ୟ ଉଦ୍ଧାର କରିପାରି ନଥିଲେ ନିଜ ପ୍ରିୟ ବନ୍ଧୁ ଆବୁଆଙ୍କୁ ।
Comments are closed.