୩ଡି ମାଧ୍ୟମରେ ଯୋଗ ଶିଖାଇଲେ ମୋଦି

ଚଳିତ ମାସ ୨୧ତାରିଖ ବିଶ୍ୱ ଯୋଗ ଦିବସ ଥିବା ବେଳେ ଏକ ନିଆରା ଢଙ୍ଗରେ ଯୋଗ ଶିଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଏକ ୩ଡି ଆନିମେସନ ଜରିଆରେ ପ୍ରାଣାୟମ କରି ଭିଡିଓ ସେୟାର କରିଛନ୍ତି ମୋଦି । ୩ମିନିଟର ଏହି ଭିଡିଓରେ ଯୋଗର ବିଭିନ୍ନ ସଫଳ ବିଷୟରେ କହିଛନ୍ତି | ଏବଂ ସେ ଲେଖିଛନ୍ତି ଶିର ସୋଧନ ଯୋଗର ଭିଡିଓ ସେୟାର କରିଛି, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା ଯୋଗ କରିବାରେ ସରଳ ହୋଇପାରେ । ଏହା ପୂର୍ବରୁ ମଧ୍ୟ ଅନେକ ୩ଡି ଆନିମେସନ ଯୋଗ କରିଥିଲେ ନରେନ୍ଦ୍ର ମୋଦି ।

Comments are closed.