ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଆଙ୍କୁଲା ନିକଟରେ ବାଇକକୁ ଧକ୍କା ଦେଲା କଣ୍ଟେନର | ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ | ମୃତକ ଜଣକ ହେଲେ ବାଲୁଗାଁ ଅଂଚଳର ବିକାଶ ନାୟକ ବୋଲି ଜଣା ପଡିଛି | ସେ ଜଣେ ଆଇନଜୀବି ହୋଇଥିବା ବେଳେ ଏକ ୟୁ ଟ୍ୟୁବ୍ ଚାନେଲରେ କାମ କରୁଥିଲେ | କଣ୍ଟେନରଟି ଘଟଣା ସ୍ଥଳରୁ ପଳାଇ ଯାଇଛି | ବାଲୁଗାଁରୁ ଜଣେ ସାମ୍ବାଦିକ ବାଇକରେ ଟାଙ୍ଗୀ ଆସୁଥିବା ବେଳେ ପୁରୁଣା ଜାତୀୟ ରାଜପଥର ଆଙ୍କୁଲା ଗ୍ରାମ ନିକଟରେ ଏକ ମାଲ ବୋଝେଇ କଣ୍ଟେନର ବାଇକକୁ ଧକ୍କା ଦେଇଥିଲା
| ଫଳରେ ସାମ୍ବାଦିକ ଜଣକ ରାସ୍ତା ଉପରକୁ ଛିଟିକି ପଡିଥିଲେ | ସାମ୍ବାଦିକଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ କଣ୍ଟେନରଟି ଚଢି ଯାଇଥିଲା | ଫଳରେ ଘଟଣା ସ୍ଥଳରେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି | ଉତ୍ୟକ୍ତ ଲୋକେ ରାସ୍ତାରେ ଗାଡି ମୋଟର ଚଳାଚଳକୁ ବାରଣ କରିଛନ୍ତି | ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି |
Comments are closed.