ଅଂଶୁଘାତ ଜନିତ ହୃଦଘାତରେ ଜଣେ ମୃତ

ଭଦ୍ରକ(ନିମାଇଁ ନାୟକ ଓ ଅମରନାରାୟଣ ମହାନ୍ତି) : ଅରଣ୍ଡୁଆ ପଞ୍ଚାୟତ ବଡ଼ ଆନନ୍ଦପୁର ଗ୍ରାମର ସତ୍ୟବାନ ଜେନା (52) ଙ୍କ ଅଂଶୁଘାତ ଜନିତ ହୃଦଘାତରେ ମୃତ୍ୟୁ ହୋଇଛି I ସେ ସକାଳେ ଖାଇପିଇ ଗ୍ରାମ ନିକଟରେ ମାଟି କାମକୁ ଯାଇଥିଲେ I ସେଠାରେ ସେ ହାତଗୋଡ଼ ଧୁଆଧୁଇ ହୋଇ ଏକ ଘର ପାଖରେ ବସିଥିବା ସମୟରେ ଦେହ ଭଲ ନ ଲାଗିବାରୁ ସେଠାରେ ପକ୍କା ଉପରେ ସୋଇ ଯାଇଥିଲେ I କିଛି ସମୟ ପରେ ଜଣେ ଆସି ତାଙ୍କୁ ଡାକିବାରୁ ସେ ଶୁଣି ଥିଲେ I ତେଣୁ ସେ ଲୋକ ଜଣଙ୍କ ତାଙ୍କ ପୁଅ ପାଖକୁ ଫୋନ କରି କହିଥିଲେ I ତାଙ୍କ ପୁଅ ଆସି ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

Comments are closed.