ବୋଲେରୋ ଗାଡି ସହ 34 kg ଗଞ୍ଜେଇ ଜବତ ,ଦୁଇ ଗିରଫ

ତରଭା(କଲ୍ୟାଣ ନାୟକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳ ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଚଂଳରୁ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ବିଭିନ୍ନ ସମୟରେ ବାହାର ରାଜ୍ୟମାନଙ୍କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜାରି ରଖିଛନ୍ତି । ସୋମବାର ଦିନ ପୂର୍ବାହ୍ନରେ ତରଭା ମରାଡୁଗୋଛା ରାସ୍ତାର ଦେଓଗାଁ ତାଲପାଲି ଛକ ମୁଡାଣିଆ ଠାରେ ତରଭା ପୋଲିସ ସିଜି ଏ 10 ୱାଇ 3635 ବଲେରୋ ଗାଡି କୁ ଅଟକାଇ ଯାଞ୍ଚ କରିବାରୁ ଦୁଇଟି ଜରି ବ୍ୟାଗରେ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା । ଗାଡିରେ ଥିବା ଦୁଇଜଣ ଯୁବକ ଏବଂ ଗାଡିକୁ ଅଟକ ରଖି ପଚରା ଉଚୁରା କରି ତରଭା ଥାନାକୁ ଆଣିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ 34କେଜି 300ଗ୍ରାମ ଓ ଅଭିଯୁକ୍ତ ଦୁଇ ଛତିଶଗଡ ରାଜ୍ୟର ବିଳାସପୁର ଜିଲ୍ଲା ରତନପୁର ଥାନା ନୁଆଁ ଗାଁ ର ମନ୍ତରାମ ସାହୁ( 32) ଓ ଅନ୍ୟ ଜଣକ ସିରଗିଟ ଥାନା ଗଣେଶ୍ବର ନଗର ୱାଡ ନଂ 39 ର ଦୀପ ଚାନ୍ଦକୁ ମଙ୍ଗଳବାର ଦିନ ପୋଲିସ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି |

Comments are closed.