‘ପ୍ରସ୍ଥାନମ୍‌’ର ଫାଷ୍ଟ ଲୁକ୍ ରିଲିଜ୍ : ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅମ୍ଳାନ୍‌

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ପ୍ରସ୍ଥାନମ୍‌’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ରେନଡ୍ରପ୍ ପିକଚର୍ସ ଆଣ୍ଡ ଏସ ଏସ ଆଇକୋନିକ କ୍ରିଏଟିଭ୍ ଏନଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିିତ ଏହି ସିନେମାର ଫାଷ୍ଟ ଲୁକ ବେଶ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରରେ ସିନେମାର ନାୟକ ଅମ୍ଳାନ ହଳଦିଆ ଚେକ ସାର୍ଟ ପିନ୍ଧି ନଜର ଆସିଛନ୍ତି । ଏଥିରେ ଅମ୍ଳାନ ଗୋଟିଏ ଅନ୍ଧାର ଘରେ ଚଉକି ଉପରେ ସିରିୟସ ଲୁକରେ ବସିଥିବା ବେଳେ ହାତରେ ସିଗାରେଟ ଧରିଥିବାର ଦେଖିବାକୁ ମିଳିଛି । ତାଙ୍କ ପାଖରେ ଏକ ପିସ୍ତଲ ଥୁଆ ହୋଇଥିବା ବେଳେ ଏହି ପୋଷ୍ଟରଟି ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ାଇ ଦେଇଛି ।

ପୂର୍ବରୁ ସିନେମାର ଅଡିଓ ରିଲିଜ୍ ହୋଇ ସାରିଛି । ଆମର ମ୍ୟୁଜିକରେ ଏହାର ଗୀତ ଗୁଡିକ ଦର୍ଶକ ବେଶ ଆପଣାଇଛନ୍ତି । ରାଜା ଡି’ଙ୍କ ନିର୍ଦ୍ଦେଶିତ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନାୟକ ଭୁମିକାରେ ଅମ୍ଳାନ୍ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ ବଣ୍ଟି ଆର୍ ସାମଲ (ଫନୀ ଅନୁଗୁଳିଆ), ମନୋଜ ମିଶ୍ର, ଉଷସୀ ମିଶ୍ର ଓ ପାର୍ଥ ସାରଥୀ ରାୟ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି । ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି । ହ୍ୟୁମାନ ସାଗର, ଅସାଦ୍ ନିଜାମ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ନେହା ନିହାରିକା କର ଓ ଆର ଏସ କୁମାର ପ୍ରମୁଖ ଗୀତ ଗୁଡିକ ଗାଇଛନ୍ତି । ଖୁବଶୀଘ୍ର ‘ପ୍ରସ୍ଥାନମ୍‌’ ପରଦାକୁ ଆସିବ ବୋଲି ଜଣାପଡିଛି ।

Comments are closed.