୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ୨ ବଳଦ ସମେତ ୨ କୋକିସିଆଳ ମୃତ
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ୨ ବଳଦ ସମେତ ୨ କୋକିସିଆଳ ମୃତ
| କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ,୨ ବଳଦ ସମେତ ୨ଟି କୋକିଶିଆଳ ଙ୍କ ମୃତ୍ୟୁ ଘଟିଛି।ମୃତକ ନୟାକୋଟ ଗ୍ରାମର ନଳ ପଲେଇ ଙ୍କ ପୁଅ କର୍ମୁ ପଲେଇ ।ସୂଚନା ନୁ ସାରେ ଗ୍ରାମର ନଳ ପଲେଇଙ୍କ ସାନ ପୁଅ କର୍ମୁ ପଲେଇ (୧୬) ସକାଳେ ନିଜ କ୍ଷେତକୁ ହଳ କରିବାକୁ ବଳଦ ନେଇ ଯାଉଥିବା ବେଳେ ପୋଖରୀ ହୁଡା ତଳେ ଖୁଣ୍ଟ ରୁ ଛିଡି ତଳେ ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ୨ ବଳଦ ୨ କୋକିଶିଆଳ ସହିତ କର୍ମୁ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଅନେକ ଦିନ ହେବ ପୋଖରୀ ହୁଡା ଉପରେ ଯାଇଥିବା ବିଦ୍ୟୁତ ଖୁଣ୍ଟ ରୁ ତାର ଛିଡି ତଳେ ପଡି ରହିଥିଲା । କର୍ମୁ ସକାଳୁ ବଳଦ ଯୋଡି ନେଇ ଜମି କୁ ହଳ କରିବାକୁ ଯାଉଥିଲେ, ବୁଦା ତଳେ ୧୧ କେଭି ତାର ଛିଡି ପଡିଥିବା ଜାଣିପାରିନଥିଲେ ଫଳରେ ବିଦ୍ୟୁତ ତାର ଲାଗି ଘଟଣା ସ୍ଥଳରେ ହିଁ ମୁତ୍ୟୁ ଘଟିଥିଲା।କିଛି ସମୟ ପରେ ତାଙ୍କ ବାପା ନଳ ପଲେଇ କ୍ଷେତ କୁ ଯାଉଥିବା ବେଳେ କର୍ମୁ ସହିତ ୨ ବଳଦ ତଳେ ପଡିଥିବା ଦେଖିବାକୁ ପାଇଥିଲେ।ପରେ ନୟାକୋଟ ପୋଲିସ କୁ ଖବର ଦେଇଥିଲେ ।ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି । ନୟାକୋଟ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ନାବାଳକଙ୍କ ମୃତ୍ୟୁକୁ ନେଇ ସିଧା ସଳଖ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ ।
Comments are closed.