ଭୟାଭୟ ଅଗ୍ନିକାଣ୍ଡରେ ଜଣେ ଗୁରୁତର ଓ ଦୁଇଟି ଗାଈ ଜୀବନ୍ତ ଦଗ୍ଧ

ରାଜକନିକା(ପ୍ରଣୟ ନାୟକ) : ରାଜକନିକା ବ୍ଲକ ଅନ୍ତର୍ଗତ ନନ୍ଦୀ ମାହାରା ଗ୍ରାମରେ ଗତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଯାଇଛି | ହୃଷିକେଶ ଧଳଙ୍କ ଆଠ ବଖରା ଚାଳ ଛପର ପୋଡି ପାଉଁଶ ହୋଇଯାଇଛି, ନିଆଁ ରେ ଜଣେ ଗୁରୁତର ଆହତ ହୋଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି | ଅଗ୍ନିକାଣ୍ଡ ଏତେ ଭୟାଭୟ ଥିଲା ଯେ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ ଲକ୍ଷ,ଲକ୍ଷ ଟଙ୍କା ର ଆସବା ପତ୍ର ପୋଡି ପାଉଁଶ ହୋଇଯାଇଥିଲା | ଖବର ପାଇ ସାମାଜିକ ସଂଗଠନ ସଂଯୋଗ ଫାଉଣ୍ଡେସନର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଁଚି ଅଗ୍ନି ବିପର୍ଣ୍ଣ ପରିବାର କୁ ଭେଟି କିଛି ରାସନ ଓ ଆଥିକ ସହଯୋଗ କରିଥିଲେ |

Comments are closed.