ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ , ଚାଲାଣ କାରୀଙ୍କ ସମେତ ୧୨ ଗୋରୁ ମୃତ
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣେ ଗୋରୁ ଚାଲାଣକାରୀଙ୍କ ସମେତ ୧୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଟି ଗୋରୁ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଶୁଆକାଟି ଛକ ନିକଟରେ ଗତକାଲି ଏକ ଟ୍ରକ୍ ବ୍ରେକ୍ଡାଉନ ହୋଇ ଦିନବେଳୁ ଠିଆ ହୋଇ ରହିଥିଲା। ବିଳମ୍ବିତ ରାତିରେ ଏକ ୪୦ରୁ ଉର୍ଦ୍ଧ୍ଵ ଗୋରୁ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଟ୍ରକ୍ଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଗୋରୁ ବୋଝେଇ ଟ୍ରକରେ ଥିବା ଜଣେ ଗୋରୁ ଚାଲାଣକାରୀଙ୍କ ସମେତ ୧୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଟି ଗୋରୁ ଗୁରୁତର ହୋଇଛନ୍ତି। ଆହତ ଗୋରୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ସ୍ଥାନୀୟ ଲୋକମାନେ ଅନ୍ୟ କିଛି ଗୋରୁଙ୍କର ବେକରୁ ଦୌଡି ଖୋଲି ଦେବାରୁ ସେମାନେ ପାଖ ଜଙ୍ଗଲକୁ ଚାଲିଯାଇଛନ୍ତି |
Comments are closed.