ତାଳଚେର ଲିଙ୍ଗରାଜ କୋଇଲା ଖଣି ର ଜଣେ ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ

ତାଳଚେର(ସୁନୀଲ ପାଣି) : ତାଳଚେର ଲିଙ୍ଗରାଜ କୋଇଲା ଖଣି ର ଜଣେ ସୁରକ୍ଷା କର୍ମୀଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ । ସୂଚନା ଅନୁଯାୟୀ ମୃତ ସୁରକ୍ଷା କର୍ମୀ ଜଣଙ୍କ ଲିଙ୍ଗରାଜ କୋଇଲା ଖଣିରେ ଠିକା ସୁରକ୍ଷା ସଂସ୍ଥା “ଏସଆଇଏସ୍” ସିକ୍ୟୁରିଟି ର ମୁଖ୍ୟ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଅନୁଗୋଳ ବାସଭବନ ରୁ ଲିଙ୍ଗରାଜ କୋଇଲା ଖଣି କୁ କାର୍ଯ୍ୟ କରିବାକୁ ଆସୁଥିବା ବେଳେ ଚାଳଗଡ କନ୍ଭେୟର ନିକଟସ୍ଥ ଟେଣ୍ଟୁଲେଇ ଛକ ନିକଟରେ ରାତି ୯.୩୦ସମୟ ରେ ତାଙ୍କର ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ନାମ ବାଇକୁଲି ଧଳ(୫୦) । ବାଇକୁଳୀଙ୍କ ଜନ୍ମ ସ୍ଥାନ ଅନୁଗୋଳ ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମରେ । ତେବେ ସେନା ରୁ ଅବସର ପରେ ଅନୁଗୋଳ ଠାରେ ୧୫ ବର୍ଷ ହେବ ରହି ଆସୁଥିଲେ। ଦୈନନ୍ଦିନ ତାଳଚେର ର ଲିଙ୍ଗରାଜ ଖଣି କୁ ନିଜର ର କାର୍ଯ୍ୟ କରି ଆସୁଥିବା ବେଳେ ଆଜି ରାସ୍ତା ରେ ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ଏସଆଇଏସ୍” ସିକ୍ୟୁରିଟି ର ଅନେକ ସୁରକ୍ଷା କର୍ମୀ ତାଙ୍କ ମରଶରୀର କୁ ଦେଖିବା ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ କୁ ମଧ୍ୟ ଆସିଥିବା ସୂଚନା ମିଳିଛି। ।

Comments are closed.