ଗରମ ଭାତର ପେଜ ପଡି ଯୁବକ ଗୁରୁତର
ବଲାଙ୍ଗୀର(ଫିରୋଜ କୁମାର ସାହୁ) : ଟିଟିଲାଗଡ଼ର ବାନ୍ଧୁପଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମର 19 ବର୍ଷ ବୟସର ଦେବାଶିଷ ପୋଡ ନାମକ ଜଣେ ଯୁବକ ଚୁଲିରେ ଭାତ ରାନ୍ଧୁଥିବା ସମୟରେ ଚୁଲିର ଜଲୁଥିବା କାଠକୁ ଯୋରରେ ନିଜ ଗୋଡ଼ରେ ମାଡି ଦେଇଥିବା ଯୋଗୁଁ ଚୁଲିରେ ବସିଥିବା ଗରମ ଭାତ ଗଞ୍ଜ ଉଠିଆସି ଦେହରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ, ଆଶୁଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଦ୍ବାରା ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।
Comments are closed.