ବାଇକ ଦୁର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର

ସାଲେପୁର(ବିକ୍ରମ କେଶରୀ ବଳ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ନାହାଳପୁର ତାରିଣୀଗଡା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଉଭୟ ଯୁବକ ନିଶ୍ଚିତକୋଇଲି ବୁହାଳୋ ପଞ୍ଚାୟତ ସାଧକନଗର ଅଞ୍ଚଳର ଅଭିମନ୍ୟୁ ସାହୁଙ୍କ ପୁଅ ମନୋଜ ସାହୁ ଓ ଅଶୋକ ସାହୁ ,ପିତା-ସାରଙ୍ଗ ଧର ସାହୁ । ବିଳମ୍ବିତ ରାତିରେ ଫେରିବା ବେଳେ ଦୁର୍ଘଟଣା ଘଟାଇ ନାହାଳପୁର ମୁଖ୍ୟ କେନାଲ ଭିତରକୁ ଖସିପଡିଥିଲେ । ହେଲେ ମନୋଜ ସାହୁ ଯିଏକି ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ଅଶୋକ ସାହୁ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ। ତାଙ୍କ ଦୁର୍ଘଟଣା ରେ ଅନେକ ଲୋକ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ଏବଂ ଶୋକାକୁଳ ପରିବେଶ ସୃଷ୍ଟିହୋଇଥିଲା । ଏହି ଦୁର୍ଘଟଣା ଖବର ପାଇ ନେମାଳ ପୋଲିସ ଦୁର୍ଘଟଣା ସ୍ଥଳକୁ ଯାଇ ବୁଲେଟ ଗାଡିକୁ ଜବତ କରିବା ସହିତ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କଟକ ପଠାଇଛି ।

Comments are closed.