ସିପିପି ପ୍ଲାଣ୍ଟ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

ଅନୁଗୁଳ(ଶିବୁ ନାୟକ) : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସିପିପି ପ୍ଲାଣ୍ଟ ସମ୍ମୁଖରେ ଗତକାଲି ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରମିକ ଙ୍କ ଅଭିଯୋଗ ଅନୁଯାଇ ସକାଳ ୮ ଘଟିକା ସମୟରେ ପ୍ଲାଣ୍ଟ ଭିତର କୁ ପ୍ରବେଶ ପଥ କୁ ନେଇ ନାଲକୋ ର ସୁରକ୍ଷା କର୍ମୀ ଓ ଠିକା ଶ୍ରମିକ ମାନଙ୍କ ମଧ୍ୟରେ ମତ ଭେଦ ହୋଇଥିଲା। ଶ୍ରମିକ ମାନଙ୍କର ଅଭିଯୋଗ ଯେ ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ଅଧା ଘଣ୍ଟା ଓ ପରେ ଅଧା ଘଣ୍ଟା ପ୍ଲାଣ୍ଟ ପ୍ରବେଶ ଦ୍ୱାରା ଖୋଲା ରହିବାକୁ ନାଲକୋ କର୍ତ୍ତୁପକ୍ଷ ଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ନାଲକୋ ର ସୁରକ୍ଷା କର୍ମୀ ଏହି ନିର୍ଦ୍ଦେଶ କୁ ବେଖାତିର୍ କରି ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ହଇରାଣ ହରକତ କରୁଥିବା ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ହୋଇଥିଲା। ଏହା ବିରୋଧ ରେ ବାରମ୍ବାର ନାଲକୋ ପ୍ରଶାସନ କୁ ବିଭିନ୍ନ ସମୟରେ ଅବଗତ କରେଇ ଥିଲେ ମଧ୍ୟ କଥା କୁ ଗୁରୁତ୍ୱ ନ ଦେଇ ଖାମଖିଆଲି ମନୋଭାବ ନେଇଥିଲେ। ଫଳରେ କିଛି ଶ୍ରମିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଁଚି ଥିଲେ ମଧ୍ୟ ସୁରକ୍ଷା କର୍ମୀ ମାନେ ଫାଟକ ପ୍ରବେଶ କୁ ଅନୁମତି ଦେଇନଥିଲେ। ଯାହା ଫଳରେ ଶ୍ରମିକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଏଥିରେ ଏ ଶିଫ୍ଟ ଏବଂ ଜେନେରାଲ ଶିଫ୍ଟ ଓ କିଛି ଶ୍ରମିକ ସଂଗଠନ ସାମିଲ ହୋଇ ଏହା ପ୍ରତିବାଦ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଅଡ଼ି ବସିଥିଲେ । ଏହା ଫଳରେ ନାଲକୋର ମାନବ ସମ୍ବଳ ବିଭାଗ ର ଅଧିକାରୀ ଆସି ଏହି ଘଟଣାର ୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରି ସମସ୍ତ ଠିକାଦାର ଓ ଶ୍ରମିକ ସଂଗଠନଙ୍କୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ମୌଖିକ ଭାବେ କହିଥିଲେ |

Comments are closed.