କୁମ୍ଭୀର ଆକ୍ରମଣରୁ ବର୍ତ୍ତିଲେ ଯୁବକ !
ପଟ୍ଟାମୁଣ୍ଡାଇ(ଧୀରେନ୍ଦ୍ର ମଲ୍ଲିକ) : କୁମ୍ଭୀର ଆକ୍ରମଣରୁ ବର୍ତ୍ତିଲେ ଯୁବକ | ଭୟଭୀତ ନଦୀକୂଳିଆ ଗାଁ | ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତ ନିମପୁର ଗାଁର କୁମ୍ଭୀର ଆକ୍ରମଣରେ ୪୨ ବର୍ଷୀୟ ଯୁବକ ବବ୍ରୁବାହନ ଭୂୟାଁ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି | ସୂଚନା ମୁତାବକ ଆଜି ସକାଳୁ ବବ୍ରୁବାହାନ ଗାଁ ସମ୍ମୁଖ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ପାଇଁ ଯାଇଥିବା ବେଳେ ହାଠାତ ଏକ କୁମ୍ଭୀର ବବ୍ରୁବାହାନକୁ ଆକ୍ରମଣ କରିଥିଲା ।କୁମ୍ଭୀର ସହିତ ସଂଘର୍ଷ କରି ଜୀବନ ବଞ୍ଚିଯାଇଥିଲେ ମଧ୍ୟ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି| ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାରଙ୍କ ସହାୟତାରେ ଜିଲ୍ଳା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଛନ୍ତି | ବର୍ତ୍ତମାନ ବବ୍ରୁବାହାନ ଚିକିତ୍ସାଧୀନ ଥିବା ଜଣାଯାଇଛି | ସୂଚନା ଥାଉକି ଗତ କିଛିଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୩ଜଣ ଜଣ ପ୍ରାଣ ହରାଇ ସାରିଲେଣି । ବାରମ୍ବାର କୁମ୍ଭୀର ଆକ୍ରମଣ ହେଉଥିବା ଘଟଣାକୁ ନେଇ ନଦୀକୂଳିଆ ଗାଁ ଗୁଡିକରେ ଏବେ ଆତଙ୍କ ଖେଳିଯାଇଛି |
ତେବେ ଜିଲ୍ଳା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ଥିବା ସାଧାରଣରେ ବାରମ୍ବାର ଦାବୀ ହୋଇଆସୁଛି |
Comments are closed.