କାର ପୋଡି ଘଟଣାରେ ୨ଗିରଫ

ଟାଙ୍ଗୀ : କିଛି ଦିନର ନୀରବତା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ବଡପୋଖରିଆରେ ପଞ୍ଚାୟତରେ ଦେଖାଦେଇଥିଲା ହିଂସା । ଗତ ୨ତାରିଖ ରାତି ଅଧରେ କେହି ଦୂର୍ଵୁର୍ତ୍ତ ନିଆଁ ଲଗାଇ ଜାଳି ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟାଙ୍କ କାର। କେହି ଦୂର୍ବୁର୍ତ୍ତ କାର୍ ରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ନିରାକାରପୁର ଥାନାରେ ହୋଇଥିଲା ଅଭିଯୋଗ।ବଡପୋଖରିଆଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିଲା ୯ନଂଜିଲ୍ଳା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାର ସିଂଙ୍କର କାର | କାର ପୋଡି ଦେଇ ଫେରାର ଥିଲେ ଦୁର୍ବୁତ୍ତ। ନିରାକାରପୁର ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡପୋଖରିଆ ଗ୍ରାମର ଆତ୍ମପ୍ରକାଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ବଡଜେନା ।
ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ନିରାକାରପୁର ପୋଲିସ |

Comments are closed.