ଯୌତୁକ ନିର୍ଯାତନା , ବୋହୂକୁ ପିଟି ପିଟି ହତ୍ୟା ଅଭିଯୋଗ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି l ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ କରିଛନ୍ତି ନବବଧୂଙ୍କ ଭାଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଗୋପାଳକୃଷ୍ଣ ପଣ୍ଡା l ଅଭିଯୋଗ ମୁତାବକ ଗୋପାଳଙ୍କ ସାନ ଭଉଣୀ ସ୍ଵାଗତିକା ପଣ୍ଡା ଜୁନ 2020 ରେ ବାଲୁଗାଁ ଅଞ୍ଚଳର ପ୍ରିତମ ହୋତାଙ୍କୁ ବିବାହ କରିଥିଲେ l ବିବାହ ପରେ ସ୍ଵାଗତିକା କୁ ସ୍ୱାମୀ ପ୍ରିତମଙ୍କ ସମେତ ଶାଶୁ ଶ୍ୱଶୁର ବାରମ୍ବାର ଯୌତୁକ ଜନିତ ନିର୍ଯ୍ୟାତନା ଦେଇଆସୁଥିଲେ l ତେବେ ଗତକାଲି ସନ୍ଧ୍ୟାରେ ଗୋପାଳ ତାଙ୍କ ଭଉଣୀ ସ୍ଵାଗତିକାଙ୍କ ସହ କଥା ହେବା ନିମନ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଫୋନ କରିଥଲେ ସୁଦ୍ଧା କେହି ଫୋନ ଉଠାଇନଥିଲେ ଏବଂ ସେ ରାତିରେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଭଉଣୀଙ୍କ ମର ଶରୀର ବାଲୁଗାଁ ମେଡିକାଲରେ ପଡ଼ିଛି l ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଗୋପାଳ ଅଭିଯୋଗ କରିଛନ୍ତି l ଖବର ପାଇ ବାଲୁଗାଁ ଏସଡିପିଓ, ଆଇଆଇସି ଓ ସାନିଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ ନମ୍ବର 172/22 ରେ ଦଫା 302,304(ଖ) ରେ ମାମଲା ରୁଜୁ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱଗତିକାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି l ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଲୁଗାଁ ଆଇଆଇସି କହିଛନ୍ତି
Comments are closed.