କାହିଁକି ଦିଲ୍ଲୀ ଗଲେ ରାଜ୍ୟପାଳ

ନୂଆଦିଲ୍ଲୀ :କାହିଁକି ଦିଲ୍ଲୀ ଗ୍ରସ୍ତ କଲେ ରାଜ୍ୟପାଳ । ସରକାର ସଙ୍କଟ ମଧ୍ୟରେ ଦେଖାଯାଇଛି ଏମିତି କିଛି ଘଟଣା ଯାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି ।ସରକାର ରହିବ କି ଭାଙ୍ଗିବ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏମିତି ରାଜ୍ୟପାନଙ୍କ ଦିଲ୍ଲୀ ଯିବା ସମସ୍ତଙ୍କୁ ଚକିତ କରିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ସଂକ୍ରାନ୍ତରେ ଦ୍ବନ୍ଦ୍ବ ଜାରି ରହିଥିବା‌ ବେଳେ ରାଜ୍ୟପାଳ ରମେଶ ବୈସ ଶୁକ୍ରବାର ଦିନ ଦିଲ୍ଲୀ ଗସ୍ତ କରିଛନ୍ତି। ଶାସକ ୟୁପିଏ ମେଣ୍ଟର ଏକ ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜଭବନରୁ ନୋଟିସ୍‌ ଲିକ୍‌ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏହା ସ୍ପଷ୍ଟ କରିବାପାଇଁ ୟୁପିଏ ମେଣ୍ଟର ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ ଏବଂ ଶୁକ୍ରବାର ଦିନ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉତ୍କଣ୍ଠା ବଢ଼ିଛି।

ଅନେକ ଆଶା ଆଶଙ୍କାରେ ଝାଡ଼ଖଣ୍ଡ ସରକାର ଥିଲାବେଳେ । କିନ୍ତୁ ଏବେ ପୁଣି ନୂଆ ନାଟକ ଦେଖିବାକୁ ମିଳିଛି ।ସୋରେନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଘୋଡ଼ାବେପାର ଭୟରେ ଶୁକ୍ରବାର ଦିନ ଆଉ ୨ ଜଣ ମନ୍ତ୍ରୀଙ୍କୁ ରାୟପୁର ରିସୋର୍ଟକୁ ପଠାଇ ଦିଆଯାଇଛି। ଇତିମଧ୍ୟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ୩୨ ମାସ କ୍ଷମତାରେ ରହିଥିଲେ ବି ସୋରେନ କିଛି କାମ କରିନାହାନ୍ତି ବରଂ କ୍ଷମତାର ଅନୈତିକ ଫାଇଦା ଉଠାଇଛନ୍ତି।

Comments are closed.