ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ
ଗଞ୍ଜାମ(ଭଗବାନ ରାଉଳ) : ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବା ପରେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଦେବରାଜ ବୋଲି ଜଣାପଡିଛି । ଆହତଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ତେବେ ସମସ୍ତେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି । ରବିବାର ଗୋପାଳପୁର ବୁଲିବାରୁ ଆସିଥିଲେ । ସୋମବାର ସକାଳୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗଞ୍ଜାମ ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.