ଚାନ୍ଦପୁର ପୋଲିସ ର ଚଢ଼ାଉ 20 ଲିଟର ଦେଶୀ ମଦ ସହ,2 ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ ରେ ଚାନ୍ଦପୁର ପୋଲିସ l ଆଜି ଚାନ୍ଦପୁର ପୋଲିସ ମୟୁରଝାଳିଆଗାଁରେ ଚଢ଼ାଉ କରି 30ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଝାଳିଆ ଦୋଳମଣ୍ଡପ ସାହିର ରେଡି ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ l ଏମାନେ ପୂର୍ବରୁ ବିଭିନ୍ନ ନିଶା କାରବାରରେ ସମ୍ପୂକ୍ତ ଥିବାବେଳେ ତାଙ୍କ ନାମରେ ନୟାଗଡ ଜ଼ିଲ୍ଲା ର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏହି ଚଢ଼ାଉରେ ଏସ ଆଇ ପୃରୁଷତମ ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ l

Comments are closed.