ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ଅକ୍ଟୋବର ୧୭ରେ ହେବ। ଭୋଟ ଗଣନା ଅକ୍ଟୋବର ୧୯ରେ ହେବ। କଂଗ୍ରେସ କାର୍ଯ୍ୟକାଳରୀ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଦଳର ଶୀର୍ଷସ୍ତର ନିଷ୍ପତ୍ତି ନେବାର କ୍ଷମତା ଥିବା ଏହି କମିଟିପକ୍ଷରୁ ନିର୍ବାଚନ ନେଇ ବିଧିବଦ୍ଧ ତାରିଖ ଘୋଘଣା କରାଯାଇଛି। ରବିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଏ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ। ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନୋମିନେଶନ ଫାଇଲ କରାଯିବ। ଅକ୍ଟୋବର ୧ରେ ଯାଞ୍ଚ କରାଯିବ। ଅକ୍ଟୋବର ୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଗଣନା କରାଯାଇ ଫଳ ଘୋଷଣା କରାଯିବ। ଏହାପୂର୍ବରୁ ନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ସେପ୍ଟେମ୍ବର ୨୦ ପରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତେ। ହେଲେ ଏହି ପକ୍ରିୟା ବିଳମ୍ବ ହୋଇଥିଲା। ତେବେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୈଠକରେ ଯୋଗ ଦେଇଥିଲେ।

Comments are closed.