ଉଦଳା ଆର.ଆଇ ଅଫିସ ରୁ ଲୁଟ କରିବାବୁ ଆସି ଲୁଟେରା ଛାତରୁ ଡିଆଁ ମାରି ଚମ୍ପଟ ମାରୁଥିବା ବେଳେ ଉଦଳା ପୋଲିସ ଦ୍ୱାରା ଗିରଫ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଉଦଳା ଆର. ଆଇ ଅଫିସ ପରିସରରେ ସ୍ପଷ୍ଟ ଦିବାଲୋକରେ ଘଟିଯାଇଛି ଏକ ଅଘଟଣା l ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ରେ ଦିନକୁ ଦିନ ଚୋରୀ, ଛୀନତାଇ, ଲୁଟ ଇତ୍ୟାଦି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ଚକ୍ମା ଦେଇ ସ୍ପଷ୍ଟ ଦିବାଲୋକରେ ଲୁଟେରା ଲୁଟ କରିବାକୁ ପଛାଉ ନାହାନ୍ତି | ବିଭିନ୍ନ ସମୟରେ ଉଦଳାର ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଗ୍ରାହକ ଯାଉଥିବା ବେଳେ କିଛି ଅସାମାଜିକ ଯୁବକ ଛୀନତାଇ କରି ଖସି ପଳାଇ ଯିବାକୁ ସକ୍ଷମ ହେଉଥିବା ବେଳେ ଆଜି ଉଦଳା ଷ୍ଟେଟ ବ୍ୟାଙ୍କ ନିକଟରୁ କିଛି ଲୁଟ କରି ଚମ୍ପଟ ମାରିବା ପୂର୍ବରୁ ବ୍ରହ୍ମପୁର ଅଞ୍ଚଳର ଜୈନିକ ଯୁବକକୁ ମାଡି ବସିଛି ଉଦଳା ପୋଲିସ | ଯୁବକ ଜଣକ ଉଦଳା ଆର. ଆଇ ଅଫିସ କାର୍ଯ୍ୟାଳୟ ପରିସରରେ ଥିବା ଦୁଇ ମହଲା ଛାତରୁ ଡିଆଁ ମାରି ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଉଦଳା ପୋଲିସ ବିଭାଗର ସାଧା ପୋଷାକ ଧାରୀ କାର୍ଯ୍ୟରତ କର୍ମଚାରୀ ମାନେ ମାଡି ବସିଛନ୍ତି ଉକ୍ତ ଲୁଟେରାକୁ | ଗୋଟିଏ କଳା ରଙ୍ଗର ପଲସର ବାଇକକୁ ମଧ୍ୟ ଜବଦ କରିଛି ଉଦଳା ପୋଲିସ, ଉକ୍ତ ସମୟରେ ଅନ୍ୟ 3 ଯୁବକ ବାଇକ ରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି | ଯୁବକ ଜଣଙ୍କ ବ୍ରହ୍ମପୁର ଅଞ୍ଚଳ ଲାଞ୍ଜିପେଲି ସାହିର ଗଣେଷ ଦାସଙ୍କ 18 ବର୍ଷୀୟ ପୁଅ ଶିବା ଦାସ ବୋଲି ଜଣା ପଡିବା ପରେ ଯୁବକଙ୍କୁ ଅଟକ ରଖି ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି |

 

Comments are closed.