ମନସୁନ ଟ୍ରପ୍ ପ୍ରଭାବରେ ବର୍ଷା ଜାରି

ଭୁବନେଶ୍ୱର : ମନସୁନ ଟ୍ରପ୍ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏ ବର୍ଷା ଲାଗି ରହିବ । ଆସନ୍ତାକାଲି ଉପକୂଳ ଓଡ଼ିଶା ଓ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୩ରେ ବଢ଼ିବ ବର୍ଷା ପରିମାଣ ।

୨୩ ତାରିଖରେ ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘ଼ଡ଼ି ଓ ବଜ୍ରପାତର ଆଶଙ୍କା ରହିଛି । ଏନେଇ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Comments are closed.