ମହିଳା ମାନଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା

ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ବନ ବିଭାଗକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ହେଉଥିବା ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି ।

ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ନାରୀ- କେନ୍ଦ୍ରୀୟ ସ୍କିମ୍‌ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଆଲୋଚନା ହେଉଛି।

ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ବିଲ୍‌ ପାରିତ ହୋଇ ସାରିଥିବା ବେଳେ ଏହି କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଦୁଇ ପାଦ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷଣ ବ୍ୟବସ୍ଥା କରିଛି।

Comments are closed.