ମୋଦୀଙ୍କ ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେରିୱାଲ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ୧୦ ଘଣ୍ଟିଆ ଚଢ଼ାଉ ପରେ ରାଜ୍ୟସଭା ଏମପିଙ୍କୁ ଗିରଫ କରିବା ପରେ କେଜ୍ରିୱାଲ ସଞ୍ଜୟ ସିଂଙ୍କ ପିତା, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସଞ୍ଜୟ ସିଂଙ୍କ ପରିବାରକୁ ଭେଟିବା ପରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ସ୍ବାଧୀନତା ପରଠାରୁ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ। ମୁଣ୍ଡରୁ ପାଦ ଯାଏ ସେ ଦୁର୍ନୀତିରେ ବୁଡି ରହିଛନ୍ତି।

ଏଏପି ଏକ ସଚ୍ଚୋଟ ଦଳ। ଆମେ ସମସ୍ତେ ଜାଣୁ ସଚ୍ଚୋଟତାର ରାସ୍ତା କଷ୍ଟସାଧ୍ୟ । ଯଦି ଆମେ ସେମାନଙ୍କ ପରି ଅସାଧୁ ହୋଇଯିବୁ ତେବେ ଆମର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଏହି ମଦ ମାମଲାରେ ୧୦୦୦ ରୁ ଅଧିକ ଚଢ଼ାଉ କରାଯାଇଥିଲା। ଅନେକ ଲୋକଙ୍କୁ ଗିରଫ କରାଯାଇଛି କିନ୍ତୁ ସେମାନେ ଗୋଟିଏ ପଇସା ମଧ୍ୟ ଇଡି ଜବତ କରିପାରି ନାହିଁ।

Comments are closed.