ଏନଡିଏର ଓହୋରିଲେ ପୱନ କଲ୍ୟାଣ

ନୂଆଦିଲ୍ଲୀ: ଅଭିନେତା ତଥା ନେତା ପୱନ କଲ୍ୟାଣ ଗୁରୁବାର ଭାଜପା ନେତୃତ୍ୱାଧୀନ ଏନଡିଏ ହାତ ଛାଡି ଟିଡିପିକୁ ସମର୍ଥନ କରିଛନ୍ତି। ବିକାଶ ପାଇଁ ଆନ୍ଧ୍ରପ୍ରଦେଶକୁ ଜନସେନା ଏବଂ ଟିଡିପି ଆବଶ୍ୟକ ବୋଲି କହିଛନ୍ତି। ଜନସେନା ମୁଖ୍ୟ ପୱନ କଲ୍ୟାଣ କହିଛନ୍ତି, ଟିଡିପି ଏକ ଶକ୍ତିଶାଳୀ ଦଳ। ଉତ୍ତମ ଶାସନ ଏବଂ ବିକାଶ ପାଇଁ ଆନ୍ଧ୍ରପ୍ରଦେଶ ତେଲୁଗୁ ଦେଶମ ପାର୍ଟିର ଆବଶ୍ୟକତା ରହିଛି। ଆଜି ଡିଡିପି ସଂଘର୍ଷ କରୁଛି, ଆମେ ସେମାନଙ୍କ ସହିତ ଅଛୁ। ଯଦି ଟିଡିପି ଏବଂ ଜନସେନା ହାତ ମିଳାନ୍ତି, ତେବେ ରାଜ୍ୟରେ ଓ୍ବାଇଏସ୍‌ଆର୍‌ସିପି ସରକାର ବୁଡ଼ିଯିବ।

ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀ ସରକାରରେ ପୱନ କଲ୍ୟାଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜନସେନା ପାର୍ଟି ନେତା ପୱନ କଲ୍ୟାଣ ସେପ୍ଟେମ୍ବର ୧୪ରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ପାଇଁ ରାଜହମୁଣ୍ଡରି ସେଣ୍ଟ୍ରାଲ ଜେଲକୁ ଯାଇଥିଲେ। ଏହା ପରେ ସେ ୧୮ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ମଧ୍ୟ ଭାଗ ନେଇଥିଲେ।

Comments are closed.