ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ମା’ ଦଶଭୁଜା

ଭୁବନେଶ୍ୱର : ଏଥର ମା ରୟାଲ ପ୍ୟାଲେସ ସଦୃଶ ତୋରଣରେ ବିରାଜିବେ ମା’ । ବିଭିନ୍ନ ରଙ୍ଗିନ ଆଲୋକରେ ଝଲସିବ ସାରା ରାଜ୍ୟ । ମା ଙ୍କ ମଥାରେ ସଭା ପାଇବ ବିଭିନ୍ନ ଅଳଙ୍କାର ଖଚିତ ମୁକୁଟ । ତାସହିତ ସପ୍ତମୀ ପୂଜା ଦିନ ଗାଁ ମହିଳାଙ୍କ ଦ୍ୱାରା ୧୦୮ କଳସ ଶୋଭ।।ତ୍ରା ଆହୁରି ଆକର୍ଷଣ କରିବ ପରିବେଷକୁ । ଦୁଇ ବର୍ଷ ଧରି ପୂଜାର୍ଚ୍ଚନା କରୁଥିବା ଡମଣା ଦୁର୍ଗା ପୂଜା କମିଟି ଚଳିତବର୍ଷ ଏଭଳି ଭାବେ ମାଙ୍କ ଆବାହନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ୧୧ ବର୍ଷ ଧରି ଚଲୁଥିବା ଏହି ପୂଜା ମଣ୍ଡରେ ପ୍ରତି ବର୍ଷ ବିଭିନ୍ନ
ତୋରଣରେ ମା ପୂଜା ପାଇଥାନ୍ତି ।

ତେଣୁ ଏଥର ୮୦ ଫୁଟ ଉଚ୍ଚତା ଓ୧୦୦ ଓସାର ତୋରଣ ପାଇଁ ଢେଙ୍କାନାଳରୁ ଆସିଥିବା କାରିଗର ଦିନରାତି ଏକ କରିଦେଇଛନ୍ତି । ମା’ ଙ୍କର ମୃର୍ତ୍ତି ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି । ଏଥର ମୃର୍ତ୍ତିର ଉଚ୍ଚତା ୧୬ ଫୁଟ ରଖ।।ଇଛି । ଏଥର ୫ ଦିନଧରି ଚାଲିବ ସାଂସ୍କୁତିକ କ୍ରା୍ୟକ୍ରମ ଅନୁଷ୍ଠିତ ହେବ । ଷଷ୍ଠୀରେ ବିଲ୍ୱବରଣୀ ପରେ ସପ୍ତମୀରେ ଗାଁ ମୁଣ୍ଡ ଡମଣା ଟୁଙ୍ଗୀ ପୋଖରୀରୁ ମହିଳାମାନେ ୧୦୮ କଳସ ।ତ୍ରା କରି ମଣ୍ଡପ ଯାଏ ଆସିବେ । ଏହା ରେ ମା ଙ୍କ ଚକ୍ଷୁଦାନ ହେବ । ତାରେ ମା ଙ୍କୁ ବିଭିନ୍ନ ଭୋଗ ଲାଗି ହେବ । ସାଜସଜ୍ଜା ସହିତ ସୁରକ୍ଷା ଉପରେ ଗୁଗୁତ୍ୱ ଦିଆିବ । ସୁକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡପରେ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବାର ବ୍ୟବସ୍ଥା କରାଯାଇଛି ।

Comments are closed.