ଦୋକାନ ବନ୍ଦ କରିବା ନେଇ ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ
ଭଞ୍ଜନଗର, ପ୍ରିୟବ୍ରତ ନାୟକ : କୋରୋନା କବଳରେ ସାରା ଦେଶ କବଳିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଭାଇରସ ର ପ୍ରଭାବବରେ ଜନ ଜୀବନ ବେଶ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଏହି କୋରୋନା ଭାଇରସକୁ ରୋକିବା ପାଇଁ ଜିଲ୍ଲାକୁ ଲକଡାଉନୁ ଓ ସଡ଼ଡାଉନୁ କରିବା ସହିତ ଜିଲାର ସବୁ ସୀମା ଗୁଡିକୁ ସିଲ କରାଯାଇଛି । ଅନ୍ୟ ପଟେ କୋରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା । ହେଲେ ଆଜି ଦୋକାନ ବଜାର ଖୋଲା ଥିବା ଖବର ପାଇ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଅତିରିକ୍ତ ତହସିଲଦାର ଦୋକାନ ବନ୍ଦ କରିବାଆସିଥିବା ବେଳେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଜିଲାପାଳଙ୍କ ନିର୍ଦ୍ଧେଶ ଅନୁଯାଇ ୨୪ ତାରିଖ ଠାରୁ ସକାଳ ୫ ଟା ରୁ ରାତ୍ର ୮ ଟା ଯାଏ ଦୋକାନ ଖୋଲିବା କଥା କହିଥିଲେ, ତେଣୁ ବ୍ୟବସାୟୀ ମାନେ ଦୋକାନ ଖୋଲି ଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ବଇରାଲ ମୂର୍ମୁ ଦୋକାନ ଖୋଲିବା ନେଇ ମନା କରିବାରୁ ହଟଗୋଳ ସୃଷ୍ଟି ହୋଇଥିଲା । ତେଣୁ ବହୁ ସମୟ ଧରି ବ୍ୟବସାୟୀ ମାନେ ତାଙ୍କୁ ଘେରାଉ କରି ରଖିଥିଲେ । ପୂର୍ବ ରାତିରୁ ପ୍ରଶାସନ ତରଫରୁ କୌଣସି ସୂଚନା ନଦିଆ ଯାଇ ସକାଳୁ ହଟାତ ଦୋକାନ ବନ୍ଦ କରିବା ନେଇ ଅସନ୍ତୋଷ ଦେଖା ଯାଇଥିଲା। ଗଂଜାମ ଜିଲ୍ଲାର ନିୟମ ଜଗନ୍ନାଥ ପ୍ରସାଦରେ କଣ ପାଇଁ ଲାଗୁ ହେବ ନାହିଁ ବୋଲି ବ୍ୟବସାୟୀ ମାନେ ପ୍ରଶ୍ନ କରିଥିଲେ। ଦୋକାନ ବନ୍ଦ ପାଇଁ ପୂର୍ଵ ସୂଚନା ନଦେଇ ଦୋକାନ ବନ୍ଦ କରିବାର ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାସ୍ତା ଉପରେ ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମାନେ ଚେତାବନୀ ଦେଇଛନ୍ତି। ଦୋକାନ ବନ୍ଦ ନେଇ ଜଗନ୍ନାଥ ପ୍ରସାଦ ସରପଞ୍ଚଙ୍କୁ ପଚାରିବାରୁ ତାଙ୍କୁ କିଛି ଲିଖିତ ମିଳିନାହିଁ ବୋଲି ସେ କହିଥିଲେ । ତେବେ କୋରନା ମହମାରି ବିପତି ଠାରୁ ପ୍ରଶାସନର କାର୍ଯ୍ୟକଳାପ ଅଧିକା ବିପଦ ବୋଲି ସଧାରଣରେ ମତ ପ୍ରକାଶ ପାଉଛି ।
Comments are closed.