ଋଷି ସୁନକଙ୍କୁ ପଛରେ ପକାଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି।

ଋଷି ପ୍ରଥମରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆରମ୍ଭରୁ ତାଙ୍କର ପରାକ୍ରମ ବି ଦେଖାଇଥିଲେ। ସେ ଋଷିଙ୍କୁ କଡ଼ା ଟକ୍କର ଦେଇଥିଲେ। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ଋଷିଙ୍କୁ ପଛରେ ପକାଇ ଟ୍ରସ୍‌ କଞ୍ଜରଭେଟିଭ୍‌ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌।

Comments are closed.