ଆପଣ ଖାଉଛନ୍ତି ଏହି ପରିବା ଜାଣନ୍ତୁ କଣ ମିଳେ ଫାଇଦା

କୁନ୍ଦୁରି ଏମିତି ଏକ ପରିବା, ଯେଉଁଥିରେ ଭରି ରହିଛି ଅନେକ ପ୍ରକାର ପୋଷକ ତତ୍ତ୍ୱ। କୁନ୍ଦୁରିକୁ ଭିଟାମିନ, ମିନେରାଲ, ପୋଟାସିୟମ୍‌, କ୍ୟାଲସିୟମ୍‌, ଆଇରନ ଓ ଫାଇବରର ଏକ ଭଲ ସ୍ରୋତ କୁହାଯାଏ। ଏତିକି ନୁହେଁ, ଏହାର ଆଣ୍ଟି ଆକ୍ଟିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ମଧ୍ୟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗ୍ରୀଷ୍ମଦିନେ ଏହି ପରିବା ସହଜରେ ମିଳି ଯାଇଥାଏ। ଆସନ୍ତୁ ଜାଣିବା, କୁନ୍ଦୁରି ଖାଇବାର ଅଜବ ଫାଇଦା।

-କୁନ୍ଦୁରି ଓଜନ ହ୍ରାସ କରିବାରେ ବେଶ୍‌ ଉପଯୋଗୀ ହୋଇଥାଏ। ଏଥିରେ ଭଲ ମାତ୍ରାରେ ଫାଇବର ରହିଥାଏ। ଯଦି ଆପଣ ନିଜ ଡାଏଟ୍‌ରେ ନିୟମିତ ରୂପେ ଅଳ୍ପ ମାତ୍ରାରେ କୁନ୍ଦୁରି ସାମିଲ କରିବେ, ତ ନିଶ୍ଚୟ ଓଜନ ସନ୍ତୁଳନରେ ଏଥିରୁ ସାହାଯ୍ୟ ମିଳି ପାରିବ।

-ଶରୀରରେ ଲୌହର ଅଭାବ ଘଟିଲେ ଥକ୍କାପଣ ଅନୁଭବ ହେବାକୁ ଲାଗିଥାଏ। କୁନ୍ଦୁରିରେ ପ୍ରଚୁର ପରିମାଣରେ ଲୌହ ରହିଛି, ଯାହା ଥକ୍କାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୁନ୍ଦୁରିକୁ ଆପଣ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ।

-କୁନ୍ଦୁରି ଫାଇବରରେ ପରିପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଏହା ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। କୁନ୍ଦୁରି ସେବନ ଦ୍ୱାରା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ ମିଳିଥାଏ। ଏହାଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଯନ୍ତ୍ରଣା, ଝାଡ଼ା, କ୍ରାମ୍ପ୍ସ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିପାରେ।

-କୁନ୍ଦୁରିରେ ଭରପୂର ମାତ୍ରାରେ ପୋଟାସିୟମ ରହିଛି, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ବ୍ୟତୀତ ଏଥିରେ ଥିବା କ୍ୟାଲସିୟମ୍ ହାଡକୁ ମଜଭୁତ କରିଥାଏ। ଏହା ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ।

Comments are closed.