ଆଜି ଆସିବ କାଳିଆ ଟଙ୍କା

ଭୁବନେଶ୍ୱର : ଆଜି ଖାତାକୁ ଯିବ କାଳିଆ ଟଙ୍କା । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ ।

ରାଜ୍ୟର ୩୦ ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ମଧ୍ୟ ଆଜି ଶୁଭ ଉଦାଘାଟନ କରାଯିବ । ଚାଷୀଙ୍କ ଉନ୍ନତ୍ତିରେ ହିଁ ଦେଶ ଓ ରାଜ୍ୟର ବିକାଶ । କୃଷକଙ୍କୁ ସଶକ୍ତ କରିବା ପାଇଁ ଏହି ସହାୟତା ରାଶି ବଣ୍ଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କୃଷକଙ୍କୁ ଆର୍ଥିକ ସହାୟତା ଚୟନ, ସ୍ବାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକରଣ ପାଇଁ ପ୍ରେରଣା ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ।

ଏହା ଦ୍ବାରା ରାଜ୍ୟର ଅଭିବୃଦ୍ଧି ଓ ବିକାଶ ହୋଇପାରିବ । ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ବାରା କୃଷି ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଅଭିବୃଦ୍ଧି ହୋଇପାରିବ ।

Comments are closed.