ପୁଣି ମୋଦିଙ୍କୁ ନେଇ ଆସିଲା ବଡ କଥା

ନୂଆଦିଲ୍ଳୀ: ବିଗତ ବର୍ଷଗୁଡିକରେ ଇସ୍ରାଏଲ-ପାଲେଷ୍ଟାଇନ ଏବଂ ଏହା ପୂର୍ବରୁ ରୁଷ-ୟୁକ୍ରେନ ପରି ବିଶ୍ବ ଦୁଇଟି ବଡ଼ ଯୁଦ୍ଧକୁ ଦେଖିଛି। ରୁଷ ୟୁକ୍ରେନ ବିବାଦ ମଧ୍ୟ ଅନେକ ଧ୍ୱଂସବିଧ୍ବଂସ ଘଟିଥିବା ଅନେକ ଜୀବନ ଯାଇଛି। ଯଦିଓ ୟୁକ୍ରେନ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିଥିଲା, ହେଲେ ରୁଷ୍‌ ତା’ ଉପରେ ଭାରି ପଡ଼ିଥିଲା।

୨୦୨୨ ମସିହା ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରିଥିଲା ଋଷ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ନିଷ୍ପତ୍ତି ବଦଳାଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ସିଏନଏସନ ପକ୍ଷରୁ ଏନେଇ ନିକଟରେ ରିପୋର୍ଟରେ ପ୍ରକାଶ କରାଯାଇଛି।

ରିପୋର୍ଟରେ କୁହାଯାଉଛି ଯେ, ନାଟୋ ଏବଂ ପାଶ୍ଚାତ୍ୟ ଦେଶଙ୍କ ସମର୍ଥନରେ ୟୁକ୍ରେନ ସହ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ସମୟରେ ପୁଟିନ ପରମାଣୁ ବୋମା ପକାଇବାକୁ ଯୋଜନା କରିଥିଲେ। କିନ୍ତୁ ଏହି ଆକ୍ରମଣ ପୂର୍ବରୁ ମୋଦୀଙ୍କ ସହ କଥା ହୋଇଥିଲେ ପୁଟିନ୍। ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ । ପୁଟିନଙ୍କ ନିଷ୍ପତ୍ତିି ବଦଳିବା ପଛରେ ଭାରତ ଓ ଚୀନ ଭଳି କିଛି ଦେଶର ହାତ ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଏହି ଦେଶମାନେ ପୁଟିନଙ୍କୁ ପରମାଣୁ ଆକ୍ରମଣ ନକରିବାକୁ ଚାପ ପକାଇଥାଇପାରନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.