କଲେଜ୍ ଛାତ୍ରୀଙ୍କ ଉପରେ ମାଡି ଗଲା କାର

କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର୍‌। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନନ୍ଦପୁରରେ ଘଟିଛି ଏହି ଦୁର୍ଘଟଣା।

ମୃତ ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ସେ ଯୁକ୍ତ ଦୁଇର ଛାତ୍ରୀ ଥିଲେ। ସେ ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ପଢୁଥିଲେ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ପ୍ରଭାସିନୀ କଲେଜ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଧରି ମାଡ଼ ମାରିବା ସହିତ କାରକୁ ଭଙ୍ଗାରୁଜା କରିଥିଲେ।ତା’ ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପ୍ରଭାସିନୀଙ୍କ କଲେଜର ଛାତ୍ରୀମାନେ ମଧ୍ୟ ରାସ୍ତାରୋକ କରିଥିଲେ।

Comments are closed.