ଓସ୍କାର ପୁରସ୍କାର ଜିତିଲେ ଭାଇ ଭଉଣୀ

ଓ୍ବାଶିଂଟନ: ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଓସ୍କାର ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥାଏ। ଏଥର ୯୬ ତମ ଏକାଡେମୀ ପୁରସ୍କାର ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଛି। ଏହାର ଗୋଟିଏ କାରଣ ହେଉଛି ବିଜେତା। ଏଥର ଅନେକ ଲୋକଙ୍କୁ ପ୍ରଥମ ଥର ପାଇଁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କେତେକ ଏହି ବିଜୟ ସହିତ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରଛନ୍ତି।

୯୬ ତମ ଏକାଡେମୀ ପୁରସ୍କାରର ଅନେକ ବିଶେଷ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେଲା ଓସ୍କାର ବିଜେତା ଭାଇ ବିଲି ଏଲିଶ ଏବଂ ଫିନ୍ନାସ ଓ’କନେଲ। ସେ କେବଳ ତାଙ୍କ ପ୍ରଦର୍ଶନ ପାଇଁ ପୁରସ୍କାର ଜିତି ନାହାଁନ୍ତି, ବରଂ ଏକ ୮୭ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ, ଯାହାକୁ କେହି ଆଶା କରିନଥିଲେ।

ଶ୍ରେଷ୍ଠ ଗୀତ ବର୍ଗରେ ବହୁ ମହାନ ଗାୟକ ଏବଂ ଗୀତିକାରଙ୍କୁ ମନୋନୀତ କରାଯାଇଥିଲା। ଏହି ତାଲିକାକୁ ୨୨ବର୍ଷିୟ ବିଲି ଏଲିଶ ଏବଂ ୨୬ବର୍ଷିୟ ଫିନ୍ନାସ ଓ’କନେଲ ଜିତିଛନ୍ତି। ସେ ‘ବାର୍ବି’ ଚଳଚ୍ଚିତ୍ରରୁ ’‘ହ୍ବାଟ ଓ୍ବାଜ ଆଇ ମେଡ ଫର’ ପାଇଁ ଓସ୍କାର ପାଇଛି। ୯୬ତମ ଏକାଡେମୀ ପୁରସ୍କାର ଜିତିବା ଦ୍ୱାରା ବିଲି ଏଲିଶ ଏବଂ ଫିନ୍ନାସ ଓ’କନେଲ ଦୁଇଥର ଓସ୍କାର ଜିତିବା ସହ ୩୦ ବର୍ଷରୁ କମ ବୟସର ବିଜେତା ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ, ଏହି ପୁରସ୍କାର୨୮ବର୍ଷ ବୟସରେ ଲୁସି ରେନର୍‌ ଗ୍ରହଣ କରିଥିଲେ।

Comments are closed.