ଜାଣନ୍ତୁ ଖରାଦିନେ କେମିତି କରିବେ ଓଜନ ନିୟନ୍ତ୍ରଣ

0

ଅଙ୍ଗୁର ଶରୀର ପାଇଁ ବେଶ୍ ଲାଭ ଦାୟକ। କାରଣ ଅଙ୍ଗୁରରେ ରହିଥିବା ପୋଷକ ହାର୍ଟ ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ। ଏହା ଖାଇବାକୁ ଯେତିକି ସୁଆଦିଆ ସେତିକି ଲାଭଦାୟକ।

ଅମୃତଭଣ୍ଡା : ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଜରୁରୀ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।

କଦଳୀ : କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।

ଡାଳିମ୍ବ : ଡାଳିମ୍ବ ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବହୁତ ମାତ୍ରାରେ ମିଳିଥାଏ । ଏହା ଓଜନ କମାଇବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ । ଡାଳିମ୍ବରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରହିଥାଏ ।

ତରଭୂଜ: ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହା ଖରାଦିନ ପାଇଁ ବେଶ୍ ଲାଭ ଦାୟକ। ଏହା ଓଜନ କମାଇବାରେ ମଧ୍ଯ ସହାୟକ ହୋଇଥାଏ।

Leave A Reply

Your email address will not be published.