ଆର୍ଯ୍ୟ ଡିଜାଇନ ଷ୍ଟୁଡିଓ ଏବଂ ଏ.ଭି.ଆର ଡିଜାଇନ ଆଣ୍ଡ କନଷ୍ଟ୍ରକସନ ର ଶୁଭାରମ୍ଭ

ଓଡ଼ିଶାରେ ଆର୍କିଟେକ୍ଚର ଶିଳ୍ପରେ, ଆର୍ଯ୍ୟ ଡିଜାଇନ୍ ଷ୍ଟୁଡିଓ ଏବଂ ଏଭିଆର୍ ଡିଜାଇନ୍ ଆଣ୍ଡ କନଷ୍ଟ୍ରକ୍ସନ ସବୁବେଳେ ଆଗରେ ରହି ଆସିଛି। ଆଜି ଭୁବେଶ୍ବରର, ୟୁନିଟ୍ ୪, ମଧୁସୂଦନ ନଗର, ପ୍ଲଟ ନମ୍ବର ୪୨ ଠାରେ ଏହି ଫାର୍ମ ର ଏକ ନୂତନ ଅଫିସର ଉଦ୍ଘାଟନ ହୋଇଛି । ଏହି ଷ୍ଟୁଡିଓ ସମସ୍ତ ପ୍ରମୁଖ ସେବା ଯୋଗାଉଛି । ଏହା ମଧ୍ୟରେ ରହିଛି ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ ।

ଗ୍ରାହକମାନେ ବାସଗୃହ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ସୁବିଧା ଗୋଟିଏ ଛାତ ତଳେ ପାଇପାରିବେ । ଏକ ପ୍ରଫେସନାଲ ସଂସ୍ଥା ଭାବେ ଲୋକଙ୍କ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯେଗାଣ କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି । ଲୋକମାନେ ଯେଭଳି ବିଶ୍ୱସ୍ତରୀୟ ଅନୁଭୂତି ଲାଭ କରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି ବୋଲି ସଂସ୍ଥାର ନିର୍ଦେଶକ ଶ୍ରୀ ଅଭିଜିତ ମହାନ୍ତି କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଉର୍ମିଳା ମିଶ୍ର, (ଉଡାନ୍ ଏକାଡେମୀ ର ଅଧ୍ୟକ୍ଷା) କହିଥିଲେ ଯେ କଳା ଓ କାରୁକାର୍ଯ୍ୟ କ୍ଷେତ୍ରରେ ଓଡିଶା ସର୍ବଦା ଆଗରେ ତେଣୁ ଆଶା କରୁଛି, ଏହି ଡିଜାଇନ୍ ଷ୍ଟୁଡିଓ ବହୁତ ଜଲଦି ରାଜଧାନୀ ରେ ଥିବା ସମସ୍ତ ବଡ଼ ବଡ଼ ପ୍ରୋଜେକ୍ଟ କୁ ସୁନ୍ଦର ଭାବରେ ସଜାଇବ ।

ସମ୍ମାନିତ ଅତିଥି ଶ୍ରୀ ସୁରେଶ କୁମାର ରାଉତରାୟ (ମାନ୍ୟବର ବିଧାୟକ, ଜଟଣୀ ) କହିଥିଲେ ଯେ, ଅନ୍ୟ ରାଜ୍ୟ ଛାଡି ନିଜ ରାଜ୍ୟ ପାଇଁ କିଛି କରିବାକୁ ବହାରିଥିବାରି ଏହି ସଂସ୍ଥା ସଫଳତାର ଶୀର୍ଷ ବହୁତ କମ୍ ଦିନ ରେ ନିଶ୍ଚିତ ଛୁଇଁବ।

ପୂର୍ବରୁ ଏହି ସଂସ୍ଥା ରାଜ୍ୟ ରେ ପ୍ରମୁଖ ପ୍ରୋଜେକ୍ଟ ସବୁ ଅତ୍ୟନ୍ତ ଗୁଣାତ୍ମକ ଓ ସୁନ୍ଦର ଭାବରେ ଶେଷ କରି ଏକ ପ୍ରତିଷ୍ଠିତ ଆର୍କିଟେକ୍ଚର ଫାର୍ମ ଭାବରେ ଖ୍ୟାତି ଅର୍ଜନ କରିଛି । ସେମାନଙ୍କ ମଧ୍ୟରେ ରହିଛି, ଭୁବନେଶ୍ୱର କ୍ଳବ୍, ସଫେରିସ୍କ ଇନ୍ସୁରାନ୍ସ ବ୍ରୋକର୍ସ, ହୋଟେଲ ଆର୍ଯ୍ୟ ପ୍ୟାଲେସ, ପ୍ରିଷ୍ଟିନ୍ ଗ୍ରିନ୍ ଓ ଆହୁରି ଅନେକ ପ୍ରୋଜେକ୍ଟ।
ଏହି ଅବସର ଓଡ଼ିଶାର କିଛି ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଭିତରେ ଥିଲେ, ଶ୍ରୀ ମହେନ୍ଦ୍ର ଗୁପ୍ତା (ସିଏମ ଡି, ଗୁପ୍ତା ପାୱାର), ଅଶୋକ ମିଶ୍ର (ଜଏଣ୍ଟ ସେକ୍ରେଟାରୀ, ଭୁବନେଶ୍ୱର କ୍ଲବ), ବ୍ରହ୍ମା ମିଶ୍ର (ସଭାପତି, ୟୁସିସିଆଇ), ଆଶୀଷ ମହାନ୍ତି (ଏମ.ଡି, ଏଏମଏସଡି ଇନଫ୍ରା),କରୁଣାକର ମହାନ୍ତି (ଏମ.ଡି, ହୋଟେଲ ଆର୍ଯ୍ୟ ପ୍ୟାଲେସ), ଡାକ୍ତର କାଶୀ ମହାନ୍ତି (ଅବସରପ୍ରାପ୍ତ ଅଧ୍ୟକ୍ଷ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ), ଅନିଲ କୁମାର ସାମଲ (ଅଧ୍ୟକ୍ଷ, ସିଡିଏ)

କେବଳ ଓଡିଶା ନୁହେଁ ବରଂ ରାଜ୍ୟ ବାହାରେ ତଥା ହାଇଦ୍ରାବାଦ୍ ରେ ମଧ୍ୟ ଏହି ଫାର୍ମ ଲୋକଙ୍କୁ କମ୍ ପଇସାରେ ଗୁଣାତ୍ମକ ସେବା ଯୋଗାଇ ଆସୁଛି । ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଫାର୍ମ ଦେଶରେ ଆଉ ୫ ରାଜ୍ୟରେ ନିଜର ଅଫିସ ଖୋଲିବାକୁ ଲକ୍ଷ୍ୟ ରଖିଛି।

Comments are closed.