ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ : ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାରପଟୁ ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ଦିଆ ଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ । କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି । ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ଅତ୍ୟାଧୁନିକ ମେସିନ୍ ଆସିଥିବାରୁ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାl ପାଈଁ ASIକୁ ପରାମର୍ଶ ଦିଆଯାଇଛି ।

ତେବେ ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ କରାଯିବ। କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସବୁ ସମସ୍ୟା ରହିଛି ତାହା ସ୍କାନିଂ ପରେ ହିଁ ଜଣାପଡ଼ିବ। ଲେଜର ସ୍କାନିଂ ପାଇଁ ଏଏସାଆଇକୁ ଯାହା କିଛି ସହଯୋଗ ଆବଶ୍ୟକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed.