ବଙ୍ଗୋପସାଗରରେ ଆସିବ ବାତ୍ୟା, ଚାଷୀଙ୍କ ମୁଣ୍ଡରେ ଚଡ଼କ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସିବ ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିଛି । ଆଜି ୱେଲ୍ ମାର୍କଡ ଲୋ ପ୍ରେସର ହେବ । ଆସନ୍ତାକାଲି ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ସମ୍ଭାବନା ରହିଛି । ଆଗକୁ ବଢ଼ିବା ସହ ସମୁଦ୍ରରୁ ବଳ ଗୋଟାଇବ ଡିପ୍ରେସନ୍ । ଅଧିକ ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଅବପାତ ହୋଇପାରେ ଗଭୀର ଅବପାତ । ୧ ତାରିଖ ବେଳକୁ ଏହା ସାଇକ୍ଲୋନରେ ପରିଣତ ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମିଗଜମ୍ ।

୧ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ସାଇକ୍ଲୋନ୍ କୁଆଡ଼େ ଯିବ ? କଣ ରହିବ ପ୍ରଭାବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ପଶ୍ଚିମା ବାୟୁ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ଗୋଟିଏ ଦୁଇଟି ଜାଗାରେ ବର୍ଷା ସମ୍ଭାବନା ରହିଛି । ୨୯ ତାରିଖରୁ ୨ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ୩ ତାରିଖରେ ଉପକୂଳ ଓଡ଼ିଶା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

Comments are closed.