ଏହି ସେଲିବ୍ରିଟିଙ୍କ ଘରକୁ ଭଡାରେ ନେଲେ କୋହଲି

ମୁମ୍ବାଇ : ଭାରତୀୟ କ୍ରିକେଟର ବିରାଟ କୋହଲି ବଲିଉଡ୍‌ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍‌ଶୀଘ୍ର ଏଠାରେ ଏକ ନୂତନ ହାଇଗ୍ରେଡ୍‌ ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। କିଶୋର କୁମାରଙ୍କ ପୁଅ ଅମିତ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, କୋହଲି ଜୁହୁରେ କିଶୋର କୁମାରଙ୍କ ବଙ୍ଗଳାର କାର୍ଯ୍ୟ ଦ୍ରୁତଗତିରେ ଆରମ୍ଭ କରିଛନ୍ତି। ଏହାକୁ ଏକ ରେଷ୍ଟୁରାଣ୍ଟର ରୂପ ଦିଆଯିବ।
ଏଥିରେ ଅମିତ କୁମାର ଦସ୍ତଖତ ବି କରିଛନ୍ତି। କୋହଲିଙ୍କ ଏହି ନୂତନ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହା ଆସନ୍ତା ମାସରୁ ଆରମ୍ଭ ହୋଇପାରେ। ଅମିତ କହିଛନ୍ତି, ‘ଲୀନା ଚନ୍ଦାଓ୍ବାର୍କରଙ୍କ ପୁଅ ସୁମିତ କିଛି ମାସ ପୂର୍ବରୁ କ୍ରିକେଟର କୋହଲିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସ୍ଥାନ କୋହଲିଙ୍କୁ ୫ ବର୍ଷ ପାଇଁ ଭଡ଼ା ଦିଆଯାଇଛି।

 

Comments are closed.