କ’ଣ ରହିଛି ଆଇଏନଏସ ବିକ୍ରାନ୍ତର ବିଶେଷତ୍ୱ ଜାଣନ୍ତୁ
ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି । ବିକ୍ରାନ୍ତ ସାମିଲ ହେବା ପରେ ନୌସେନାର ଶକ୍ତି ବେଶ୍ ବଢିଯିବ । ଆଇଏନଏସ ବିକ୍ରାନ୍ତର ଓଜନ ୪୫ ହଜାର ଟନ । ଏହି ଯୁଦ୍ଧ ଜାହାଜକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାରେ ଘଣ୍ଟାପ୍ରତି ବେଗ ରହିଛି ୫୨ କିମି ।
ବର୍ଷେ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଆଇଏନଏସ୍ ବିକ୍ରାନ୍ତରେ ୭୬% ସ୍ୱଦେଶୀ ସାମଗ୍ରୀ ସାମିଲ ରହିଛି । ଆଇଏନଏସ୍ ବିକ୍ରାନ୍ତର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡା ୬୨ ମିଟର ରହିଛି । ଆଇଏନଏସ୍ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ । ଆଇଏନଏସ୍ ବିକ୍ରାନ୍ତର ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି । ଏହାକୁ ନିର୍ମାଣ କରିବାକୁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି । ବିକ୍ରାନ୍ତକୁ ୱାରସିପ୍ ଡିଜାଇନ୍ ବୁ୍ୟରୋ ଡିଜାଇନ୍ କରିଥିବାବେଳେ କୋଚିନ୍ ଶିପୟାର୍ଡ ଲିମିଟେଡ୍ ଏହାକୁ ନିର୍ମାଣ କରିଛି । ଆଇଏନଏସ୍ ବିକ୍ରାନ୍ତ ନିର୍ମାଣରେ ୧୦୦ ଏମଏସଏମଇ ଓ ୫୫୦ ଭାରତୀୟ କମ୍ପାନୀଙ୍କ ଅବଦାନ ରହିଛି । ପ୍ରାଥମିକ ଅବସ୍ଥାରେ ମିଗ୍ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ । ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ । ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ । ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିପାରିବ।
ଏହି ଜାହାଜରେ ଏମିତି ଏକ ମିସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ । ଏଥିରେ ପ୍ରାୟ ୪୩ ହଜାର ଟନ୍ ପୂର୍ଣ୍ଣ ବିସ୍ଥାପନ କ୍ଷମତା ରହିଛି । ବିକ୍ରାନ୍ତର ଦୀର୍ଘ ଦୂରଗାମୀ ସାମରିକ ଶକ୍ତି ଭରତ ମହାସାଗର କ୍ଷେତ୍ରରେ ସୁରକ୍ଷାକୁ ବଢାଇବ । ଏହି ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି ।
Comments are closed.