କମିଲା ସେରିଷ ତେଲ ଓ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ 

ନୂଆଦିଲ୍ଲୀ : ବଜାରରେ ସୋରିଷ ତେଲର ମୂଲ୍ୟ ଦୀର୍ଘ ଦିନ ଧରି ଉପରେ ଥିଲା । ଗତ କିଛି ଦିନ ହେଲା ଲଗାତାର ମୂଲ୍ୟ ହ୍ରାସ ଏବେ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛି । ସୋରିଷର ମୂଲ୍ୟ ହ୍ରାସ ଓ ତେଲର ବଜାର ଚାହିଦା କମିବା ଯୋଗୁଁ ଏପରି ହୋଇଛି ।

ଉତ୍ତର ଭାରତରେ ସୋରିଷ ତେଲର ଚାହିଦା ଥାଏ । ତେବେ ଦକ୍ଷିଣ ଭାରତର ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଓ ଗୁଜରାଟରେ, ସୋୟାବିନ ଓ ବାଦାମ ତେଲ ସମେତ ଅନ୍ୟ ତେଲ ଲୋକେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଅତ୍ୟଧିକ ଦର ବୃଦ୍ଧି ଯୋଗୁ ସୋରିଷ ତେଲର ଚାହିଦା ହ୍ରାସ ହୋଇଛି ।

ସେପ୍ଟେମ୍ବର ପହିଲା ସୁଦ୍ଧା ଉତ୍ତର ପ୍ରଦେଶରେ ସୋରିଷ ତେଲର ମୂଲ୍ୟ ପ୍ରତି ଲିଟର ୧୫୪ଟଙ୍କା ଥିବା ଜଣାପଡ଼ିଛି । କିଛିମାସ ଆଗରୁ ଦେଶରେ ସୋରିଷ ତେଲ ଲିଟର ପିଛା ଦର ୨୧୦ ଟଙ୍କାକୁ ପହଞ୍ଚିଥିଲା । ଓଡ଼ିଶାରେ ସୋରିଷ ତେଲ ଲିଟର ପିଛା ପ୍ରାୟ ୧୬୮ଟଙ୍କାରେ ବିକ୍ରି ହେଉଛି । ଏବେ ସୋରିଷ କ୍ୱିଣ୍ଟାଲ ପଛା ୬ହଜାରରୁ ୬୫୦୦ଟଙ୍କା ଦରରେ କାରବାର ହେଉଛି ।

ସେହିପରି ଭାବରେ ସେପ୍ଟେମ୍ବର ପହିଲାଠାରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ସିଲିଣ୍ଡର ପିଛା ୯୧.୫୦ ଟଙ୍କା, ମୁମ୍ବାଇରେ ୯୨.୫୦ଟଙ୍କା, କଲକତାରେ ୧୦୦ଟଙ୍କା ଓ ଚେନ୍ନାଇରେ ୯୬ଟଙ୍କା ହ୍ରାସ ପାଇଛି ।

ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ସୂଚନା ମିଳିଛି ।

Comments are closed.