ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ କଲରା ଜାଣନ୍ତୁ କେମିତି

ଯାହାବି କରନ୍ତୁ ସବୁ ବେଳେ ନିଜର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ କର ଯଦି ସ୍ବାସ୍ଥ୍ୟ ଭଲ ନରହିବ ତାହାଲେ କିଛି କରିବା ପାଇଁ ଖାଇବା ପାଇଁ ଭଲ ଲାଗିବ ନାହିଁ । ସେଥି ପାଇ ଆମକୁ ଯାହା ସ୍ଵାଦ ଲାଗେ ଆମେ ଖାଇଥାନ୍ତି । କଲରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ଥିବା ପୋଷକ ତତ୍ତ୍ୱ ଗୁଣ ବିଷୟରେ ସଭିଁଙ୍କୁ ଜଣା। କଲରାରେ ଭିଟାମିନ ବି, କ୍ୟାଲସିୟମ, ଫସଫରସ ଭଳି ଗୁଣ ରହିଛି। କଲରା ଖାଇବାକୁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। କଲରାର ଫେସ ପ୍ୟାକ୍‍ ବ୍ୟବହାର କରିବା ଦ୍ୱାରା ତ୍ୱଚାର ବିଭିନ୍ନ ପ୍ରକାର ଦାଗ ଦୂର କରିଥାଏ। ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।

ଜାଣନ୍ତୁ ତ୍ୱଚା ପାଇଁ କିପରି ଏହାକୁ ବ୍ୟବହାର କରିବେ….
ନିମ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। କଲରା ଓ ନିମପତ୍ରକୁ ପେଷି ଏଥିରେ ହଳଦୀ ମିଶାଇ ଏହି ପ୍ୟାକ୍‍କୁ ୧୦ ମିନିଟ ମୁହଁରେ ଲଗାଇ ରଖନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହା ବ୍ୟବହାର କରନ୍ତୁ। ଏହି ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ହୋଇଥାଏ।

କଲରା ଓ କମଳା ଫେସ ପ୍ୟାକ୍‍ ପ୍ରସ୍ତୁତ କରିବା ପାଇଁ କଲରା ଓ କମଳା ଚୋପାକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ ଓ ଧୋଇ ଦିଅନ୍ତୁ। ନିଜେ ଚମତ୍କାର ଅନୁଭବ କରିବେ।
ସେହିପରି କାକୁଡି ତ୍ୱଚାକୁ ଥଣ୍ଡା ରଖିବା ସହ ତ୍ୱଚାର ଚମକ ବଢାଇଥାଏ। କାକୁଡି ଓ କଲରା ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇଥାଏ। କଲରା ଓ କାକୁଡିକୁ ପେଷି ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରିପାରିବେ।

Comments are closed.