ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲାବେଳେ ଏହି ସବୁ ପ୍ରତି ଦିଅନ୍ତୁ ଧ୍ୟାନ

ଆଗରୁ ମୁନି-ଋଷିମାନେ ଯେଉଁ ଉପାୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ ତାହାକୁ ଆଧୁନିକ ଯୁଗର ଡାକ୍ତରମାନେ ମଧ୍ୟ ଠିକ୍‌ ବୋଲି କହିଛନ୍ତି । ଯଦି ଆମେ ସୂର୍ଯ୍ୟଙ୍କୁ ଜଳ ଦେବାର ପ୍ରକୃତ ତରିକା ନ ଜାଣିବା ଏହା ଆମକୁ ଭଲ ଫଳ ଦେବା ପରିବର୍ତ୍ତେ ଖରାପ ଫଳ ଦେଇଥାଏ ।

ସୂର୍ଯ୍ୟଦେବ ଏକମାତ୍ର ଦେବତା ଯାହାଙ୍କୁ ଆମେ ଆଖିରେ ଦେଖି ପାରୁଛେ । ସୂର୍ଯ୍ୟଦେବ ପ୍ରକୃତି ଓ ଆମର ସ୍ୱାସ୍ଥ୍ୟର ଆଧାର ମଧ୍ୟ ଅଟନ୍ତି । ସୂର୍ଯ୍ୟଙ୍କର କିରଣରେ ବାକ୍ଟେରିଆ ଓ ଭାଇରସ ନଷ୍ଟ କରି ଆମକୁ ସବୁ ରୋଗରୁ ରକ୍ଷା କରିବାର ଶକ୍ତି ରହିଛି । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ୍‌ ନିୟମ ।
ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ ନିୟମ
ସୂର୍ଯ୍ୟଙ୍କ ସପ୍ତ ରଂଗ କିରଣରୁ ଆମକୁ ଲାଭ ମିଳୁ,ଏଥିପାଇଁ ମୁନି-ଋଷିମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ନିୟମ ବନାଇଛନ୍ତି । ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟଙ୍କ କିରଣ ଯେବେ ଆଖିକୁ କଷ୍ଟ ଦିଏ, ସେତେବେଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଲାଭ ନାହିଁ ।
ଜଳର ଗଡୁଥିବା ଧାର ମଝିରେ ସୂର୍ଯ୍ୟଙ୍କୁ ଦେଖନ୍ତୁ
ଜଳର ଗଡୁଥିବା ଧାର ଦେଇ ସୂର୍ଯ୍ୟଙ୍କୁ ଦେଖିବାର ନିୟମ ରହିଛି । ଯାହାଦ୍ୱାରା ଜଳର ଧାରରୁ ସୃଷ୍ଟି ୭ ରଂଗର କିରଣ ଆମର ଆଖି କଳା ପୁତୁଳା ଦେଇ ଶରୀର ଗ୍ରହଣ କରେ । ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ୭ ରଂଗ ଆମର ଶରୀର ଗ୍ରହଣ କରି ଶରୀରରେ ସକରାତ୍ମକ ଶକ୍ତି ପ୍ରବାହିତ କରିଥାଏ ।
ଭୁଲ ତରିକାରେ ଅର୍ଘ୍ୟ ଖରାପ କରିପାରେ ଆଖି
ଭଗବାନ ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ ତରିକା ଗ୍ରହଣ କରାନଗଲେ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ଏହାଦ୍ୱାରା ଆଖି ମଧ୍ୟ ଖରାପ ହୋଇପାରେ । ତେଣୁ ଜଳ ଧାର ଗଡିବା ପରେ ଜଳ ଧାର ମଧ୍ୟ ଦେଇ ସୂର୍ଯ୍ୟଙ୍କୁ ଦେଖିବା ନିୟମ ରହିଛି ।

Comments are closed.