ୟୁକ୍ରେନ ଯୁଦ୍ଧକୁ ନେଇ ଏମିତି କହିଲେ ବୋରିସ୍

ଲଣ୍ଡନ : ୟୁକ୍ରେନ ନାଗରିକଙ୍କ ଦେଶଭକ୍ତି ପାଇଁ ପୁଟିନ ହାରିବେ। ବ୍ରିଟେନ୍‌ ୟୁକ୍ରେନ୍‌କୁ ସମର୍ଥନ ଜାରି ରଖିବ। ନିଜ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣକୁ ନ ଆଣିବା ପର୍ଯ୍ୟନ୍ତ ବ୍ରିଟେନ୍‌ ୟୁକ୍ରେନକୁ ଆର୍ଥିକ, ରାଜନୈତିକ ଏବଂ ସାମରିକ ସହଯୋଗ ଜାରି ରଖିବ ବୋଲି ବୋରିସ ଜନସନ କହିଛନ୍ତି।

ଦ୍ବିତୀୟ କଥା ‌ହେଉଛି ୟୁକ୍ରେନ୍‌ରେ ଯାହା ହେଉଛି ସେଥିପାଇଁ ବିଶ୍ବବ୍ୟାପୀ ରୁଷ୍‌ର ସାମରିକ ରପ୍ତାନୀ ଅତି ଖରାପ୍‌ ଭାବେ ପ୍ରଭାବିତ ହେବ। ରୁଷ୍‌ ପାଖରେ ଅତ୍ୟାଧୁନିକ ସାମରିକ ଶକ୍ତି ଥିଲେ ବି ଏହା ୟୁକ୍ରେନ୍‌ ବାୟୁସୀମାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।

ତୃତୀୟ କଥା ‌ହେଉଛି ୟୁକ୍ରେନ୍‌ରେ ଯୁଦ୍ଧ କରି ପୁଟିନ ରୁଷ୍‌କୁ ଅତି ସାଂଘାତିକ ଭାବେ ଦୁର୍ବଳ କରିଦେବେ ଏବଂ ଚୀନ୍‌କୁ ଶକ୍ତିଶାଳୀ କରିବେ। ହିନ୍ଦୁସ୍ତାନ ଟାଇମ୍ସ ନେତୃତ୍ବ ସମ୍ମିଳନୀର ପଞ୍ଚମ ଦିନରେ ଆଜି ହିନ୍ଦୁସ୍ତାନ ଟାଇମ୍ସ ମୁଖ୍ୟ ସମ୍ପାଦକ ଆର୍‌ ସୁକୁମାରଙ୍କ ସହ କଥା ହୋଇ ଜନସନ୍‌ ଆଜି ଏହି ଟିପ୍ପଣୀ ଦେଇଛନ୍ତି।

Comments are closed.