ତରଭୁଜ ଖାଇଲା ବେଳେ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ

ଛୋଟ ହେଉ କିମ୍ବା ବଡ ହେଉ ସମସ୍ତଙ୍କର ପ୍ରାୟ ହେଉଛି ତରଭୁଜ ଏହାକୁ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଗ୍ରୀଷ୍ମ ଋତୁରେ, ଲୋକମାନେ ଅଧିକ ଜଳଯୁକ୍ତ ଫଳ କିଣନ୍ତି ଯାହା ଦ୍ୱାରା ସେମାନେ ହାଇଡ୍ରେଟେଡ୍ ରହିପାରିବେ । ଯେଉଁଥିରେ ତରଭୁଜର ନାମ ପ୍ରଥମେ ଆସେ। ତରଭୁଜରେ ୯୨ ପ୍ରତିଶତ ଜଳ ରହିଥାଏ, ଯାହା ଗ୍ରୀଷ୍ମ ଋତୁରେ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୁଷ୍ଟିକର ଉପାଦାନ ପ୍ରୋଟିନ୍, ଭିଟାମିନ୍, ଫାଇବର ଇତ୍ୟାଦି ମିଳିଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ, କାରଣ ଏଥିରେ ଥିବା ଫାଇବର ଭୋକକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଅଧିକାଂଶ ଲୋକ କିଣିବା ପରେ ଏହାକୁ କାଟି ଫ୍ରିଜରେ ରଖିଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ତରଭୁଜକୁ ଫ୍ରିଜରେ ରଖିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟା ହୋଇପାରେ। ଚାଲନ୍ତୁ ଜାଣିବା ସେହି ବିଷୟରେ…

କମ୍ ହୋଇଯାଏ ପୁଷ୍ଟିକର ତତ୍ୱ :

ତରଭୁଜକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ। କାରଣ ଏହାର ଚୋପା ବହୁତ ମୋଟା, ଯେଉଁ କାରଣରୁ ତରଭୁଜ ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ଏହାକୁ ପ୍ରାୟ ୧୫-୨୦ ଦିନ ପର୍ଯ୍ୟନ୍ତ ରଖାଯାଇପାରେ, ଯେଉଁଥିପାଇଁ ଏହାକୁ ଫ୍ରିଜରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣ ଏହାକୁ ଫ୍ରିଜରେ ରଖୁଛନ୍ତି, ତେବେ ଏହାକୁ ପୁରା ରଖନ୍ତୁ, ତରଭୁଜକୁ କାଟି ରଖନ୍ତି ନାହିଁ। ଫ୍ରିଜରେ ରଖାଯାଇଥିବା ତରଭୁଜରେ ପୁଷ୍ଟିକର ତତ୍ୱ ହ୍ରାସ ହେବା ସହିତ ଏଥିରେ ଥିବା କାରୋଟିନଏଡ ସ୍ତର ମଧ୍ୟ କମିଯାଏ।

ଥଣ୍ଡା ତରଭୁଜ ଖାଇବାର କ୍ଷତି :

ତରଭୁଜ ହେଉଛି ଏକ ଜଳୀୟ ଫଳ। ଯାହା ଗ୍ରୀଷ୍ମ ଋତୁରେ ଆରାମ ଦେଇଥାଏ, କିନ୍ତୁ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୁଷ୍ଟିକର ତତ୍ୱ କମିଯାଏ। ଫ୍ରିଜରେ ରଖାଯାଇଥିବା ତରଭୁଜ ଖାଇବା ଦ୍ୱାରା ଥଣ୍ଡା,କାଶ ହେବାର ସମ୍ଭାବନା ରହିଥାଏ। ଏହା ସହିତ, ଯଦି ଆପଣ ବହୁ ପୂର୍ବରୁ କଟା ହୋଇଥିବା ଥଣ୍ଡା ତରଭୁଜ ଖାଆନ୍ତି, ତେବେ ଆପଣଙ୍କୁ ଫୁଡ୍ ପଏଜନିଂ ହେବାର ସମ୍ଭାବନା ରହିଥାଏ। ତେଣୁ ସର୍ବଦା କେବଳ ତାଜା ତରଭୁଜ ଖାଆନ୍ତୁ।

Comments are closed.